ଭାରତ ବିରୋଧରେ ଚୀନ୍ ପାକିସ୍ତାନକୁ ଯଦି ସମର୍ଥନ କରେ, ତେବେ ନିଜର ନୈତିକତା ହରାଇବ : ଏୟାର ଚିଫ୍ ମାର୍ଶଲ

ନୂଆଦି‌ଲ୍ଲୀ : ଏୟାର ଚିଫ୍ ମାର୍ଶଲ ଆର.କେ.ଏସ୍. ଭଦୋରିଆ କହିଛନ୍ତି ଯେ, ଯଦି ଭାରତ ବିରୋଧରେ ପାକିସ୍ତାନ ସହ ବିବାଦ କ୍ଷେତ୍ରରେ ପ୍ରବେଶ କରେ. ତେବେ ଚୀନ୍ ନିଜର ନୈତିକତା ହରାଇବ । ବେଙ୍ଗାଲୁରୁରେ ଚାଲିଥିବା ଏରୋ ସୋ ଇଣ୍ଡିଆରେ ଶୁକ୍ରବାର ଦିନ ଏକ ପ୍ରମୁଖ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ (ଏସିଏମ୍) ଆର.କେ.ଏସ୍. ଭଦୋରିଆ କହିଛନ୍ତି ।

ସେ କହିଛନ୍ତି ଯେ, ବିବାଦ ପରି ପରିସ୍ଥିତିରେ ଚୀନ୍ କେବେ ବି ହଲଚଲ ବ୍ୟବସ୍ଥା ଦେଖିନାହିଁ । ମୁଁ ଭାବୁଛି ଚୀନ୍ ଯଦି ଭାରତ ବିରୋଧରେ ସଂଗ୍ରାମରେ ପାକିସ୍ତାନ ସହ ଯୋଗ ଦିଏ, ତେବେ ନିଜ ନୈତିକ ଅଧିକାର ହରାଇବ ।
ସେ କୁହନ୍ତି, ଯୁଦ୍ଧ ଶକ୍ତି ଭାବରେ ଏକ ଦେଶକୁ ଭୟଭୀତ କରିବା ପାଇଁ ଯଦି ଗୋଟିଏ ଦେଶକୁ ଅନ୍ୟ ଦେଶ ଦରକାର, ତେବେ ଏହା ସେହି ଦେଶର ଦୁର୍ବଳତାକୁ ଦର୍ଶାଉଛି । ଆମେ ପ୍ରସ୍ତୁତ ହେବା ଆବଶ୍ୟକ ଜ୍ଝ କିଛି ପରିସ୍ଥିତି ଅଛି, ଯେଉଁଠାରେ ଏହା ହୋଇପାରେ । କିନ୍ତୁ କହିବାକୁ ଗଲେ, ଦୁହେଁ ଏକାଠି ଯୁଦ୍ଧ ଆରମ୍ଭ କରିବେ, ମୁଁ ଭାବୁନାହିଁ, ବିଶେଷ କରି ଚୀନ୍ କ୍ଷେତ୍ରରେ ନୁହେଁ ।

ପୂର୍ବ ଲଦାଖରେ ଚୀନ୍ ସହ ହୋଇଥିବା ବିବାଦ ବିଷୟରେ ପଚରାଯିବାରୁ ସେ ଏହାକୁ ଏକ ଅବରୋଧ ପରିସ୍ଥିତି ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଗ୍ରୀଷ୍ମ ଋତୁରେ ପରିସ୍ଥିତି କିପରି ହେବ ତାହା ଆଲୋଚନା ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.