୨୦୨୨ ବର୍ଷ ପାଇଁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

  • ଆତ୍ତମକୁ ମିଳିଲା ଶ୍ରେଷ୍ଠ ଫିଚର୍ ଚଳଚ୍ଚିତ୍ର ପୁରସ୍କାର
  • ଆୟେନା (ଆଇନା)କୁ ମିଲିଲା ଶ୍ରେଷ୍ଠ ଅଣଫିଚର୍ ଫିଲ୍ମ ପୁରସ୍କାର
  • ମର୍ମର୍ସ ଅଫ୍ ଦ ଜଙ୍ଗଲକୁ ସର୍ବଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର
  • ‘କାନ୍ତାରା’ରେ ମୁଖ୍ୟ ଭୂମିକା ପାଇଁ ରିଷଭ ସେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ତିରୁଚିତ୍ରାମ୍ବଲମ ପାଇଁ ଅଗ୍ରଣୀ ଭୂମିକାରେ ଅଭିନୟ କରିଥିବା ନିତ୍ୟା ମେନନଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
  • ‘ବ୍ରହ୍ମାସ୍ତ୍ର-ଭାଗ ୧ : ଶିବା’କୁ ଏଭିଜିସି (ଏନିମେସନ୍, ଭିଜୁଆଲ୍ ଇଫେକ୍ସଟ୍ସ୍ ଗେମିଂ ଓ କମିକ୍) ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର
  • କିଶୋର୍ କୁମାର : ଦ ଅଲ୍ଟିମେଟ୍ ବାୟୋଗ୍ରାଫୀକୁ ମିଳିଲା ଶ୍ରେଷ୍ଠ ଚଳଚ୍ଚିତ୍ର ପୁସ୍ତକ ପୁରସ୍କାର

ନୂଆଦିଲ୍ଲୀ, (ପିଆଇବି) : ୨୦୨୨ ବର୍ଷ ପାଇଁ ଆଜି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଘୋଷଣା ପୂର୍ବରୁ ଚଳଚ୍ଚିତ୍ର ପୁରସ୍କାରର ବିଚାରକ ମଣ୍ଡଳୀ ଆଜି ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀଙ୍କୁ ପୁରସ୍କାର ବିଜେତାଙ୍କ ନାମ ତାଲିକା ହସ୍ତାନ୍ତର କରିଥିଲେ । ବିଚାରକ ମଣ୍ଡଳୀର ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ ଫିଚର ଫିଲ୍ମ ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ରାହୁଲ ରାୱେଲ, ଅଣ-ଫିଚର ଫିଲ୍ମ ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ନୀଳମାଧବ ପଣ୍ଡା, ଚଳଚ୍ଚିତ୍ର ଉପରେ ଶ୍ରେଷ୍ଠ ଲେଖା ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ଗଙ୍ଗାଧର ମୁଦାଲାୟାର ପ୍ରମୁଖ ଉପସ୍ଥିତ ଥିଲେ । ଏମାନଙ୍କ ବ୍ୟତୀତ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ, ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଓ ଯୁଗ୍ମ ସଚିବ ବୃନ୍ଦା ଦେଶାଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବିଚାରକ ମଣ୍ଡଳୀରେ ଭାରତୀୟ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଏବଂ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ସାମିଲ ରହିଥିଲେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବୃନ୍ଦା ଦେଶାଇଙ୍କ ଉପସ୍ଥିତିରେ ଫିଚର ଫିଲ୍ମ ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ରାହୁଲ ରାୱେଲ, ଅଣ-ଫିଚର ଫିଲ୍ମ ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ନୀଳମାଧବ ପଣ୍ଡା, ଚଳଚ୍ଚିତ୍ର ଉପରେ ଶ୍ରେଷ୍ଠ ଲେଖା ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ଗଙ୍ଗାଧର ମୁଦାଲାୟାର ପୁରସ୍କାର ଘୋଷଣା କରିଥିଲେ । ଆନନ୍ଦ ଏକର୍ଶୀଙ୍କ ଦ୍ୱାରା ନିର୍ଦ୍ଦେଶିତ ମାଲୟାଲମ୍‌ ଚଳଚ୍ଚିତ୍ର ଆତ୍ତମ (ଖେଳ)କୁ ଶ୍ରେଷ୍ଠ ଫିଚର୍ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଶ୍ରେଷ୍ଠ ଅଣଫିଚର ଫିଲ୍ମ ବର୍ଗରେ ହିନ୍ଦୀ/ଊର୍ଦ୍ଦୁ ଭାଷାରେ ନିର୍ମିତ ଚଳଚ୍ଚିତ୍ର ଆୟେନାକୁ ଜାତୀୟ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଛି । ସିଦ୍ଧାନ୍ତ ସରିନ୍ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଅନିରୁଦ୍ଧ ଭଟ୍ଟାଚାର୍ଯ୍ୟ ଓ ପାର୍ଥିବ ଧରଙ୍କ ଦ୍ୱାରା ଲିଖିତ ପୁସ୍ତକ ଶ୍ରେଷ୍ଠ ଚଳଚ୍ଚିତ୍ର ପୁସ୍ତକ ପୁରସ୍କାର ମିଳିଛି । ସାମଗ୍ରିକ ମନୋରଞ୍ଜନ ଯୋଗାଇ ଦେଇଥିବା ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ଭାବେ ‘କାନ୍ତାରା’କୁ ଜାତୀୟ ପୁରସ୍କାର ମିଳିଛି । ‘କାନ୍ତାରା’ରେ ମୁଖ୍ୟ ଭୂମିକା ପାଇଁ ରିଷଭ ସେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ‘ତିରୁଚିତ୍ରାମ୍ବଲମ’ ପାଇଁ ଅଗ୍ରଣୀ ଭୂମିକାରେ ଅଭିନୟ କରିଥିବା ନିତ୍ୟା ମେନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି । ଫିଚର୍ ଚଳଚ୍ଚିତ୍ର ବର୍ଗରେ ପବନରାଜ ମାଲହୋତ୍ରାଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତା ଏବଂ ନୀନା ଗୁପ୍ତା ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ମିଳିଛି । ଆୟନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ତଥା ଭିଏଫଏକ୍ସ ସୁପର୍‌ଭାଇଜର୍ ଜୟକର ଅରୁଦ୍ରା, ବିରାଲ ଠକ୍କର ଓ ନୀଲେଶ ଗୋର୍ଙ୍କ ଦ୍ୱାରା ପ୍ରସ୍ତୁତ ‘ବ୍ରହ୍ମାସ୍ତ୍ର-ଭାଗ ୧ : ଶିବା’କୁ ଏଭିଜିସି (ଏନିମେସନ୍, ଭିଜୁଆଲ୍ ଇଫେକ୍ସଟ୍ସ୍ ଗେମିଂ ଓ କମିକ୍) ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ବିଶାଳ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କାଙ୍କ ଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି । ପୁରସ୍କାର ସ୍ୱରୂପ ରଜତ କମଳ ଏବଂ ୨ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ।

Leave A Reply

Your email address will not be published.