ଦିଲ୍ଲୀ, ଉତ୍ତରପ୍ରଦେଶ, ଉ‌ତ୍ତରାଖ‌ଣ୍ଡ ବ୍ୟତୀତ ଦେଶବ୍ୟାପୀ ଚ‌କ୍କାଜାମ ମଧ୍ୟାହ୍ନ ୧୨ଟାରୁ

ନୂଆଦିଲ୍ଲୀ : କୃଷକମାନେ ଶନିବାର ଦିନ ସାରା ଦେଶରେ ଚାକ୍କା ଜାମ ଘୋଷଣା କରିଛନ୍ତି । ତେବେ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉ‌ତ୍ତରାଖ‌ଣ୍ଡ ଏଥିରୁ ଦୂରେଇ ରହିଛନ୍ତି । ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡରେ ଘଟିଥିବା ହିଂସା ପୁନରାବୃତ୍ତି ଯେଭଳି ନହୁଏ, ସେଥିପ୍ରତି ଦୃଷ୍ଟି ଦିଆଯାଇଛି ।

ଚାକ୍କା ଜାମ ସମୟ ମଧ୍ୟରେ ଆମ୍ବୁଲାନ୍ସ ଏବଂ ସ୍କୁଲ ବସ୍ ଭଳି ଅତ୍ୟାବଶ୍ୟକ ସେବା ବନ୍ଦ ହେବ ନାହିଁ । ମଧ୍ୟାହ୍ନ ୧୨ ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ ଟାରେ ଶେଷ ହେବ ଚାକ୍କା ଜାମ ।

ଦିଲ୍ଲୀ, ଉତ୍ତରପ୍ରଦେଶ, ଉ‌ତ୍ତରାଖ‌ଣ୍ଡ ତିନୋଟି ରାଜ୍ୟକୁ ବାଦ୍ ଦେଇ ୟୁନାଇଟେଡ୍ ଫାର୍ମର୍ସ ଫ୍ରଣ୍ଟ ବାକି ଦେଶ ପାଇଁ ଏକ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ତଥା ଅହିଂସା ଆନ୍ଦୋଳନ ପାଇଁ କଡା ନିର୍ଦ୍ଦେଶନାମା ଜାରି କରିଛି । ଏଥିରେ କୌଣସି ସରକାରୀ ଅଧିକାରୀ କିମ୍ବା ସାଧାରଣ ଜନତାଙ୍କ ସହ କୌଣସି ପ୍ରକାରର ବିବାଦ ନକରିବାକୁ ଏକ ସ୍ୱତନ୍ତ୍ର ଆବେଦନ କରାଯାଇଛି ।

ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା ଶୁକ୍ରବାର ଦିନ କହିଛନ୍ତି, “ଦିଲ୍ଲୀ ଭିତରେ ଚାକ୍କା ଜାମ ହେବ ନାହିଁ, କାରଣ ଏଠାରେ ଥିବା ସମସ୍ତ ବିରୋଧ ସ୍ଥାନଗୁଡିକ ଚାକ୍କା ଜାମ ମୋଡରେ ଅଛି । ଦିଲ୍ଲୀରେ କୌଣସି ଚାକ୍କା ଜାମ ହେବ ନାହିଁ, ଏଠାରେ ସମସ୍ତ ପ୍ରବେଶ ପଥ ଖୋଲା ରହିବ । କେବଳ ସେହି ମାର୍ଗଗୁଡିକ ବନ୍ଦ ରହିବ, ଯେଉଁ ମାର୍ଗରେ କୃଷକମାନେ ଯାଉଛନ୍ତି ।

ଉତ୍ତରପ୍ରଦେଶରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ଭାରତୀୟ କିସାନ ୟୁନିଅନର ନେତା ରାକେଶ ଟିକାଇଟ ଏବଂ ଉତ୍ତରପ୍ରଦେଶର ବହୁ ସଂଖ୍ୟାରେ ବିରୋଧୀ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରୁଥିବା ତେରାଇ କିସାନ ସଂଗଥାନ କହିଛନ୍ତି ଯେ ଏହି ଦୁଇ ରାଜ୍ୟରେ ଚକ ଜାମ ଡାକରା ପ୍ରତ୍ୟାହାର କରାଯାଇଛି। ।

Leave A Reply

Your email address will not be published.