oum

କାର୍-ଟ୍ରକ୍ ଧକ୍କାରେ ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ

jsm

ଆନନ୍ଦ : ଗୁଜୁରାଟର ଆନନ୍ଦରେ ଏକ ଯନ୍ତ୍ରଣାଦାୟକ ସଡ଼କ ଦୁର୍ଘଟଣା ଘଟିଛି । ଆନନ୍ଦ ଜିଲ୍ଲାର ତାରାପୁର ନିକଟରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ ରାଜପଥରେ ଏକ କାର ଏବଂ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମସ୍ତ ୧୦ ଜଣ ଗୋଟିଏ ପରିବାରର ବୋଲି କୁହାଯାଇଛି । ସୂଚନା ଅନୁସାରେ କାରର ସମସ୍ତ ଲୋକ ସୁରଟରୁ ଭବନଗରକୁ ଯାଉଥିଲେ । ତାରାପୁରର ଇନ୍ଦ୍ରଞ୍ଜ ଗ୍ରାମ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା, ସାତ ଜଣ ପୁରୁଷ ଏବଂ ଜଣେ ଶିଶୁ ରହିଛନ୍ତି । ଆଜି ସକାଳ ପ୍ରାୟ ୬ଟା ବେଳେ ଏହି ଘଟଣା ଘଟିଛି । ଘଟଣାର କିଛି ସମୟ ପରେ ୧୦୮ ଆମ୍ବୁଲାନ୍ସ ଏବଂ ତାରାପୁର ପୋଲିସ ଦଳର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ପରେ ସମସ୍ତ ମୃତଦେହକୁ ତାରାପୁର ରେଫରାଲ ହସ୍ପିଟାଲକୁ ନିଆଯାଇଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.