om academy

କାର୍‌-ବସ୍‌ ଧକ୍କା : ଚାଲିଗଲା ୬ ଜୀବନ

jsm

ଚେନ୍ନାଇ : ସରକାରୀ ବସ୍‌ ଏବଂ କାର୍‌ ମଧ୍ୟରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତାମିଲନାଡୁର ଅନ୍ଧାନୁର ନିକଟରେ ଘଟିଛି ଏପରି ଭୟଙ୍କର ଦୁର୍ଘଟଣା ।

ଖବର ଅନୁଯାୟୀ, ଏକ ଟାଟା ସୁମୋରେ ୧୦ ଜଣ ଲୋକ ଥିରୁଭନ୍ନାମଲାଇରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲେ । ଏହି ସମୟରେ ସେଙ୍ଗମ ନିକଟରେ ଏକ ସରକାରୀ ବସ୍‌ ସହିତ ଧକ୍କା ହୋଇଥିଲା । ଯେଉଁଥିରେ କାର୍‌ରେ ଥିବା ୬ଜଣ ଲୋକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ବାକି ୪ ଜଣଙ୍କ ଆହତ ହୋଇଥିଲେ । ଏହାପରେ ଆହତଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେପଟେ ବସ୍‌ରେ ଥିବା ୧୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ବି ନିକଟସ୍ଥ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଙ୍ଗମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ବର୍ତ୍ତମାନ ଯାଏଁ ଦୁର୍ଘଟଣା ସଠିକ୍‌ କାରଣ ଜଣାପଡିନାହିଁ । ଅନ୍ୟପଟେ ଦୁର୍ଘଟଣା ପରେ ଉଦ୍ଧାର କାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି । ଉଦ୍ଧାର କାର୍ୟ୍ୟ ଏବେବି ଜାରି ରହିଛି ।

Leave A Reply

Your email address will not be published.