ନଦୀକୁ ଖସିଲା ବରଯାତ୍ରୀ କାର୍‌

କୋଲକାତା : ଶନିବାର ସକାଳେ ଉତ୍ତରବଙ୍ଗର କାଲିମ୍‌ପଙ୍ଗରେ ଏକ ବରଯାତ୍ରୀ କାର୍‌ ନଦୀକୁ ଖସି ପଡିଥିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର ଓ କନ୍ୟା ସମେତ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ପୁଲିସ କହିଛି ଯେ, ଗାଡିଟି ଏକ ବ୍ରିଜ ଉପରୁ ରଙ୍ଗଡଙ୍ଗ ନଦୀକୁ ଖସିପଡିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ମୃତକମାନେ ସିଲିଗୁଡିର ବର ରାଜେଶ ଏକ୍କାଙ୍କ ସମ୍ପକୀୟ ତଥା ବନ୍ଧୁ ତିଲକ ମଣ୍ଡଳ(୩୪), ଶୁକ୍ଳା ମଣ୍ଡଳ(୫୭), ସୁଶାନ୍ତ ଜୟଧର(୩୮) ଏବଂ ସାହିଲ ଶେଖ(୨୩) ବୋଲି ଜଣାପଡିଛି । ଗାଡି ଡ୍ରାଇଭର ସମେତ ରାଜେଶ, ତାଙ୍କ ପତ୍ନୀ ପୁନମ୍‌ ଏବଂ ଅନ୍ୟ ଆହତମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘନ କୁହୁଡି ଯୋଗୁଁ ଏଭଳି ଦୁର୍ଘଟଣା ହେଲା ବୋଲି ପୁଲିସ କହିଛି ।

Leave A Reply

Your email address will not be published.