ମର୍ମ‌ନ୍ତୁଦ ଦୁର୍ଘଟଣା : ହାଇ-ଟେନସନ୍ ଲାଇନ୍‌ର ସଂସ୍ପର୍ଶରେ ଆସିବାରୁ ବସ୍‌ରେ ଲାଗିଲା କରେ‌ଣ୍ଟ, ହୁତ୍‌ ହୁତ୍‌ ଜଳିଲା ବସ୍‌

ଜୟପୁର : ରାଜସ୍ଥାନ ଜୟପୁରରୁ ଏକ ଯନ୍ତ୍ରଣାଦାୟକ ଖବର ଆସିଛି । ରାଜସ୍ଥାନର ଜାଲୋର ଜିଲ୍ଲାରେ ଏକ ବସ୍ ହାଇ-ଟେନସନ୍ ବିଦ୍ୟୁତ ଲାଇନ୍‌ର ସଂସ୍ପର୍ଶରେ ଆସିବାରୁ ବସ୍‌ରେ କରେଣ୍ଟ ଲଗିବା ପରେ ହୁତ୍‌ ହୁତ୍‌ ହୋଇ ଜଳିଯାଇଛି ବସ୍‌ । ବସ୍‌ରେ ଅଗ୍ନିକାଣ୍ଡ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବସ୍ ବାରମରରୁ ବିୱାରକୁ ଯାଉଥିଲା । ରାଜସ୍ଥାନର ଜାଲୋର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଯାତ୍ରୀ ଭର୍ତ୍ତି ଏକ ବସ୍ ଜାଲୋର ଜିଲ୍ଲାର ମହେଶପୁରା ଗାଁକୁ ଯାଇ ଗାଁରେ ପହଞ୍ଚିଥିଲା, ଯେଉଁଠାରେ ଡ୍ରାଇଭର ରାସ୍ତାରେ ବୈଦ୍ୟୁତିକ ତାର ସସଂସ୍ପର୍ଶରେ ଆସିବା ଦେଖି ବସ୍ ଅଟକାଇଥିଲା ।

ସ୍ଥାନୀୟ ଲୋକ କହିଛନ୍ତି ଯେ, ବସର କଣ୍ଡକ୍ଟର ବସ୍ ଛାତ ଉପରକୁ ଚଢ଼ି ବୈଦ୍ୟୁତିକ ତାରକୁ ଏକ ବାଡ଼ି ସାହାଯ୍ୟରେ ଉଠାଇବା ବେଳେ ବାଡ଼ି ମାଧ୍ୟମରେ କରେ‌ଣ୍ଟ ଆସି କଣ୍ଡକ୍ଟର‌ଙ୍କ ବେକରେ ବେକରେ ବୈଦ୍ୟୁତିକ ତାର ଲାଗିଥିଲା। । ଯେଉଁଥିପାଇଁ କଣ୍ଡକ୍ଟର ଏବଂ ବସକୁ କରେଣ୍ଟକୁ ଆସିଗଲା । କଣ୍ଡକ୍ଟର ଘଟଣାସ୍ଥଳରେ ଜଳି ଯାଇଥିଲେ । ବସ୍‌ରେ ଉପସ୍ଥିତ ଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ଦୁର୍ଘଟଣା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଲୋକମାନେ କହିଛନ୍ତି ଯେ, ହୁତ୍‌ ହୁତ୍‌ ହୋଇ ବସ୍ ଜଳି ଯାଇଥିଲା, ​​ଯେଉଁଥିରେ ଯାତ୍ରୀମାନେ ଜଳି ଯାଇଥିଲେ । ବସ୍ କଣ୍ଡକ୍ଟର ଏବଂ ଡ୍ରାଇଭର ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ପୋଲିସ ନିଶ୍ଚିତ କରିଥିବା ବେଳେ ବସ୍‌ରେ ଥିବା ଅନ୍ୟ ଯାତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଛି ।

Leave A Reply

Your email address will not be published.