jayashree

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ ୩୧ ଜୁଲାଇ ୨୦୨୩ ରୁ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛି ।

ସାଧାରଣ ଜନତାଙ୍କୁ ସୂଚନା ଦିଆଯାଉଛି ଯେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର (ପିଏମଆରବିପି), ୨୦୨୪ ପାଇଁ ଆବେଦନଗୁଡ଼ିକ ବର୍ତ୍ତମାନ ଜାତୀୟ ପୁରସ୍କାର ପୋର୍ଟାଲ (https://awards.gov.in) ରେ ଆରମ୍ଭ ହୋଇଛି । ସାହସିକତା, କ୍ରୀଡା, ସାମାଜିକ ସେବା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପରିବେଶ, କଳା ଏବଂ ସଂସ୍କୃତି ଏବଂ ଅଭିନବ କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ, ଯାହା ଜାତୀୟ ସ୍ତରରେ ସ୍ୱୀକୃତି ପାଇବାକୁ ଯୋଗ୍ୟ ।

ଯେ କୌଣସି ଶିଶୁ, ଯିଏ ଜଣେ ଭାରତୀୟ ନାଗରିକ ଏବଂ ଭାରତରେ ବାସ କରନ୍ତି, ଏବଂ ୧୮ ବର୍ଷରୁ ଅଧିକ ନୁହେଁ (ଆବେଦନ / ନାମାଙ୍କନ ପତ୍ରର ଶେଷ ତାରିଖ ସୁଦ୍ଧା) ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ । ଅନ୍ୟ କୌଣସି ବ୍ୟକ୍ତି ମଧ୍ୟ ପୁରସ୍କାର ପାଇଁ ଯୋଗ୍ୟ ପିଲାଙ୍କୁ ମନୋନୀତ କରିପାରିବେ। ପିଏମଆରବିପି ପାଇଁ ଆବେଦନଗୁଡିକ କେବଳ ଅନଲାଇନ୍ ପୋର୍ଟାଲ୍ https://awards.gov.in ରେ ଗ୍ରହଣ କରାଯିବ, ଯାହା ଏହି ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.