ଲକ୍ଷ୍ନୌ : ହାପୁରରେ ଖେଳୁଥିବା ବେଳେ ପୁଣି ଜଣେ ୪ ବର୍ଷର ବଧିର ଏବଂ ମୂକ ପିଲା ପ୍ରାୟ ୬୦ ଫୁଟ୍ ଗଭୀର ଏକ ବୋରୱେଲରେ ଖସିପଡ଼ିଥିବା ସୂଚନା ମିଳିଛି । ଶିଶୁଟିର ବୋରୱେଲରେ ଖସି ପଡ଼ିବା ପରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ମଧ୍ୟ କୁହାଯାଇଛି । ପିଲାଟିର କ୍ରନ୍ଦନ ଶବ୍ଦ କ୍ରମାଗତ ଭାବରେ ବୋରୱେଲରୁ ଆସୁଛି । ହାପୁର ମ୍ୟୁନିସିପାଲିଟିର ଏକ ବୋରୱେଲରେ ଶିଶୁଟି ଖସି ପଡ଼ିଥିବା କୁହାଯାଇଛି । ଏହି ଘଟଣା ମୋହଲ୍ଲା ଫୁଲ ଗଡ଼ିର ଅଟେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରିଲିଫ ଅପରେସନ୍ ଚାଲିଛି । ଏନ୍ଡ଼ିଆର୍ଏଫ୍ ଟିମ୍ ଉଦ୍ଧାର ପାଇଁ କାର୍ଯ୍ୟ ଆରମ୍ଭ କରିଛି । ଜିଲ୍ଲା ମାଜିଷ୍ଟ୍ରେଟ ମେଧା ରୁପମ ରିଲିଫ କାର୍ଯ୍ୟ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରିଲିଫ୍ ଅପରେସନ୍ ଚାଲିଛି ଏବଂ ଶିଶୁକୁ ବଂଚାଇବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି । ଅନ୍ୟପକ୍ଷରେ, ଏନ୍ଡ଼ିଆର୍ଏଫ୍ ଟିମ୍ ଶିଶୁକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛି ଏବଂ ବର୍ତ୍ତମାନ ବୋରୱେଲରେ ପିଲାକୁ ଅମ୍ଳଜାନ ଯୋଗାଇ ଦିଆଯାଉଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଞ୍ଚଳର ଲୋକମାନେ ଘଟଣାସ୍ଥଳରେ ଏକତ୍ରିତ ହୋଇଥିଲେ । ଘଟଣାସ୍ଥଳରେ ଡିଏମ, ପୋଲିସ ପ୍ରଶାସନ ଦଳ ଏବଂ ଏନଡିଆରଏଫ ଟିମ୍ ରହିଛନ୍ତି । ଏହା କୁହାଯାଉଛି ଯେ, ଏହି ଟ୍ୟୁବୱେଲ ୧୦ ବର୍ଷ ପୂର୍ବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା ।