oum

‘ବିଗ୍ ବସ୍ ୧୬’ର ବିଜେତା ହେଲେ ଏମ୍‌ସି ଷ୍ଟାନ୍

jsm

ମୁମ୍ବାଇ : ଏମସି ଷ୍ଟାନ୍ ‘ବିଗ୍ ବସ୍ ୧୬’ ବିଜେତା ହୋଇଛନ୍ତି । ସେ ଶିବ ଠାକରେଙ୍କୁ ପଛରେ ପକାଇ ଏହି ସୋ’ର ଟ୍ରଫି ନିଜ ନାଁରେ କରିଛନ୍ତି । ପୂର୍ବରୁ ପ୍ରିୟଙ୍କା ଚହର ଚୌଧୁରୀ ଏବଂ ଶିବଙ୍କ ମଧ୍ୟରେ ମୁକାବିଲା ଜଣାପଡୁଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ବାଜି ପଲଟିଗଲା । ପ୍ରିୟଙ୍କା ତିନି ନମ୍ବର ଏବଂ ଶିବ ଦ୍ୱିତୀୟ ନମ୍ବରରେ ରହିଲେ । ସମସ୍ତଙ୍କୁ ହରାଇ ଏମସି ଷ୍ଟାନ୍ ବିଜେତା ହୋଇଛନ୍ତି । ତାଙ୍କୁ ପୁରସ୍କାର ଭାବରେ ‘ବିଗ୍ ବସ୍ ୧୬’ ଟ୍ରଫି, ୩୧ ଲକ୍ଷ ୮୦ ହଜାର ଟଙ୍କା ଏବଂ ଗ୍ରାଣ୍ଡ୍ ଆଇ ଟେନ୍ ନିଓସ୍ କାର୍ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.