
ଜେନେଭା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବର୍ଷ ଶେଷ ସୁଦ୍ଧା ମହାମାରୀ କୋଭିଡ଼ ସଂକ୍ରମଣ ବନ୍ଦ ହୋଇଯିବ ବୋଲି ଭାବିବା ‘ଅସାମୟିକ’ ଏବଂ ‘ଅବାସ୍ତବ’ ହେବ । ସେ କହିଛନ୍ତି ଯେ, ଯଦିଓ ବର୍ତ୍ତମାନର ପ୍ରଭାବଶାଳୀ ଟୀକା ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ରୋଗ ହେତୁ ଲୋକଙ୍କ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ସମ୍ଭାବନା ସୃଷ୍ଷ୍ଟି କରିଛି, ତଥାପି ସ୍ପଷ୍ଟ ଭାବେ ସଂକ୍ରମଣ ଉପରେ କିଛି କହି ହେବନାହିିଁ । ଡବ୍ଲ୍ୟୁଏଚ୍ଓର ଜରୁରୀକାଳୀନ କାର୍ୟ୍ୟକ୍ରମର ନିର୍ଦ୍ଦେଶକ ଡ. ମାଇକେଲ ରେଆନ ସୋମବାର କହିଛନ୍ତି ଯେ, ବିଶ୍ୱର ଏକମାତ୍ର ଲକ୍ଷ୍ୟ ହେଉଛି କୋଭିଡ -୧୯ର ପ୍ରସାରକୁ ଯଥା ସମ୍ଭବ କମ୍ ରଖିବା ।
ରିୟାନ୍ ଗଣମାଧ୍ୟମକୁ କହିଛନ୍ତି, “ଯଦି ଆମେ ସ୍ମାର୍ଟ ହେବା, ତେବେ ବର୍ଷ ଶେଷ ସୁଦ୍ଧା ଏହି ମହାମାରୀ ସହ ଜଡିତ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ମାମଲା ଦୂର କରିପାରିବା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ ଭ୍ୟାକ୍ସିନ୍ ଲାଇସେନ୍ସପ୍ରାପ୍ତ ତଥ୍ୟ ଉପରେ ଡବ୍ଲ୍ୟୁଏଚ୍ଓ ଦେଲା ନିଶ୍ଚିତ ଅଟେ । ଭୂତାଣୁ ବିସ୍ତାରକୁ ରୋକି ପାରିବ । ସେ କହିଛନ୍ତି ଯେ, ଯଦି ମୃତ୍ୟୁ ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବା ବ୍ୟତୀତ ଏହି ଟୀକା ରୋଗର ବିସ୍ତାର ଉପରେ ବିଶେଷ ପ୍ରଭାବ ପକାଇଥାଏ, ତେବେ ମୋର ବିଶ୍ୱାସ ଯେ, ଆମେ ଏହି ମହାମାରୀକୁ ନିୟନ୍ତ୍ରଣ କରିବା ଦିଗରେ ଆଗେଇବା ।