ଗ୍ରୀସ୍‌ର କ୍ରୀଟେ ଦ୍ୱୀପରେ ଭୂକମ୍ପ ଝଟ୍‌କା ଅନୁଭୂତ

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଗ୍ରୀସ୍‌ର କ୍ରୀଟେ ଦ୍ୱୀପ । ସୋମବାର ସକାଳେ ଏହି ଭୂମିକମ୍ପ ହୋଇଥିବା ସୂଚନା । ରିଟର ସ୍କେଲରେ ଏହାର ତୀବ୍ରତା ୫.୫ ମପାଯାଇଛି । ତେବେ ଏହି ଭୂକମ୍ପ ଆସିବା ଦ୍ବାରା ସମୁଦ୍ର ଅଶାନ୍ତ ହୋଇପାରେ । ଫଳରେ ସୁନାମୀ ଆସିପାରେ ବୋଲି ଆଶଙ୍କା କରୁଛନ୍ତି ପାଣିପାଗ ବିଜ୍ଞାନୀ । ତେଣୁ ଉପକୂଳବର୍ତ୍ତୀ ଲୋକମାନଙ୍କୁ ସତର୍କ ରହିବା ସହ ସୁରକ୍ଷିତ ସ୍ଥାନକୁ ଚାଲିଯିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.