oum

ହିମାଚଳପ୍ରଦେଶରେ ଭୂକମ୍ପ ଅନୁଭୂତ

jsm

ଶିମଲା : ହିମାଚଳପ୍ରଦେଶର ମଣ୍ଡୀ ଜିଲ୍ଲାରେ ବୁଧବାର ସକାଳେ ଭୂକମ୍ପ ଅନୁଭବ ହୋଇଛି । ପ୍ରଥମ ଝଟକା ସକାଳ ୫ଟା ୩୦ରେ ଅନୁଭବ ହୋଇଛି । ସୁନ୍ଦରନଗର ନିକଟ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି । ଏନ୍‌ସିଏସ୍‌ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୮ ରେକର୍ଡ କରାଯାଇଛି । ଏହାସହ ପୁଣି ୭ଟା ୪୫ ମିନିଟ୍‍ ରେ ଆଉ ଥରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ଏହାର କେନ୍ଦ୍ରସ୍ଥଳ ମଧ୍ୟ ସୁନ୍ଦରନଗର ନିକଟରେ ବୋଲି ଜଣାପଡିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୯ ରେକର୍ଡ କରାଯାଇଛି । ଏଥିରେ ଧନଜୀବନ ହାନୀ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.