centurian jitm

ନଭେମ୍ବର ୭ରେ ମହାରାଷ୍ଟ୍ରରେ ପହଞ୍ଚିବ ଭାରତ ଯୋଡୋ ଯାତ୍ରା

nschool

ମୁମ୍ବାଇ : ସମାଜରେ ଏକତା ଆଣିବା ଉଦ୍ଦେଶ୍ୟରେ କଂଗ୍ରେସ ଦଳ ପକ୍ଷରୁ ଭାରତ ଯୋଡ଼ୋ ଯାତ୍ରା ଅଭିଯାନ ଜାରି ରହିଛି । ରବିବାର ଏହି ଯାତ୍ରା ତେଲେଙ୍ଗାନାରେ ପ୍ରବେଶ କରିଛି । ଏହି ରାଜ୍ୟରେ ପହଞ୍ଚିବା ପରେ ତେଲେଙ୍ଗାନାର କଂଗ୍ରେସ ନେତାମାନେ ତେଲେଙ୍ଗାନା ଓ କର୍ନାଟକ ସୀମାରେ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ କରିଥିଲେ । ଅନ୍ୟପେଟ ଏହି ଯାତ୍ରା ମହାରାଷ୍ଟ୍ରରେ ପ୍ରବେଶ କଲେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାୱାର ଏଥିରେ ସାମିଲ ହେବେ ବୋଲି ତାଙ୍କ ଝିଅ ତଥା ଏମ୍‌ପି ସୁପ୍ରିୟା ସୁଲେ ରବିବାର କହିଛନ୍ତି । ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ସଭାପତି ଅଶୋକ ଚଭନ ଏବଂ ବାଲାସାହେବ ଥୋରାଟ ତାଙ୍କୁ ଭେଟି ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବା ପାଇଁ ଆମନ୍ତ୍ରଣ କରିଥିଲେ । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଏହି ପଦଯାତ୍ରା ନଭେମ୍ବର ୭ରେ ମହାରାଷ୍ଟ୍ରରେ ପ୍ରବେଶ କରିବ । ସେପ୍ଟେମ୍ବର ୭ରେ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୫୦ ଦିନରେ ୩,୫୭୦ କିଲୋମିଟର ଅତିକ୍ରମ କରି ଜମ୍ମୁ-କାଶ୍ମୀରରେ ଶେଷ ହେବ ।

Leave A Reply

Your email address will not be published.

error: Content is protected !!