
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଫୋନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । ଆମେରିକାର ରାଷ୍ଟ୍ରପତି ହେବା ପରେ ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ଫୋନ୍ କଲ୍ ।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ମୁଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନରେ କଥା ହୋଇ ତାଙ୍କ ସମସ୍ତ ସଫଳତା କାମନା କରିଛି । ଆମେ ଆଞ୍ଚଳିକ ସହଯୋଗ ଏବଂ ପ୍ରାଥମିକତା ବାଣ୍ଟିଛୁ ଜ୍ଝ ଜଳବାୟୁ ପରିବର୍ତ୍ତନ ବିରୋଧରେ ଆମେ ଆହୁରି ସହଯୋଗ କରିବାକୁ ମଧ୍ୟ ସହମତ ହୋଇଛୁ । ଅନ୍ୟ ଏକ ଟୁଇଟ୍ରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ ଏବଂ ରାଷ୍ଟ୍ରପତି ଜୋ ବାଇଡେନ ଅନ୍ତର୍ଜାତୀୟ ଆଇନ ଭିତ୍ତିକ ଆନ୍ତର୍ଜାତୀୟ ବ୍ୟବସ୍ଥା ସପକ୍ଷରେ । ଭାରତୀୟ ପ୍ରଶାନ୍ତ ମହାସାଗରରେ ଶାନ୍ତି ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଆମର ରଣନୀତିକ ଭାଗିଦାରିତାକୁ ଆହୁରି ମଜବୁତ କରିବାକୁ ଚାହୁଁଛୁ ।