ହିନ୍ଦୀ ଶିଖୁଥିବା ୟୁକ୍ରେନ୍‌ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭ୍ ସ୍ଥିତ ସ୍କୁଲ ଅଫ୍ ଓରିଏଣ୍ଟାଲ ଷ୍ଟଡିଜ୍‌ରେ ହିନ୍ଦୀ ଭାଷା ଶିଖୁଥିବା ୟୁକ୍ରେନ୍‌ର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣାକୁ ପ୍ରୋତ୍ସାହିତ କରିବାରେ ଛାତ୍ରଛାତ୍ରୀଙ୍କ ବୃତ୍ତି ଏବଂ ସେମାନଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଭାରତୀୟ ସଂସ୍କୃତି ଓ ଇତିହାସକୁ ୟୁକ୍ରେନ୍‌ର ଲୋକଙ୍କ ନିକଟତର କରିବା ପାଇଁ ସେମାନଙ୍କ ପ୍ରୟାସକୁ ମଧ୍ୟ ସେ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.