ଗୁଜୁରାଟରେ ପ୍ରବଳ ବର୍ଷା : ୧,୫୦୦ରୁ ଅଧିକ ଲୋକ ସ୍ଥାନାନ୍ତର, ଅହମ୍ମଦାବାଦରେ ସ୍କୁଲ, କଲେଜ ବନ୍ଦ

ଅହମ୍ମଦାବାଦ : ଗୁଜୁରାଟର ଅନେକ ଜିଲ୍ଲାରେ ଗତ କିଛି ଦିନ ଧରି ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ବଲସାଡ଼, ନବସାରି, ତାପି ସମେତ ଅନ୍ୟାନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଗୁଜୁରାଟର ଖେଡା ଜିଲ୍ଲାର ନାଡିଆଦର ବିଭିନ୍ନ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ଘଟିଛି । ଅହମ୍ମଦାବାଦ, ପାଲଡି, ବୋଦକଦେବ, ଓସମାନପୁରା ଏବଂ ଯୋଧପୁରରେ ମଧ୍ୟ ଲଗାତାର ବର୍ଷା ସହିତ ଜଳପ୍ରବାହ ଦେଖିବାକୁ ମିଳିଥିଲା । ଗତ ତିନି ଦିନ ମଧ୍ୟରେ ଅହମ୍ମଦାବାଦରେ ଋତୁର ୩୦ ପ୍ରତିଶତ ବର୍ଷା ହୋଇଛି ।

ଗଣମାଧ୍ୟମରେ କୁହାଯାଇଛି ଯେ, ପ୍ରବଳ ବର୍ଷା ମଧ୍ୟରେ ଗୁଜୁରାଟ ବିପର୍ଯ୍ୟୟ । ପରିଚାଳନା ମନ୍ତ୍ରୀ ରାଜେନ୍ଦ୍ର ତ୍ରିବେଦୀ କହିଛନ୍ତି ଯେ, ତଳି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ ସୋମବାର ଦିନ ସହରରେ ସ୍କୁଲ ଏବଂ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଛୋଟା ଉଦୟପୁରରେ ରବିବାର ଦିନ ଲଗାତାର ବର୍ଷା ହେତୁ ଏକ ବ୍ରିିଜର ଫାଳେ ଭୁଷୁଡି ପଡିଛି ।

Leave A Reply

Your email address will not be published.