ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିଙ୍ଗାପୁରର ରାଷ୍ଟ୍ରପତି ମହାମହିମ ଥାର୍ମନ ଶନମୁଗରତ୍ନମଙ୍କ ସହ ସାକ୍ଷାତ କରିଛନ୍ତି । ଭାରତ-ସିଙ୍ଗାପୁର ସହଭାଗୀତା ପ୍ରତି ରାଷ୍ଟ୍ରପତି ଥାର୍ମନଙ୍କ ଉତ୍ସାହପୂର୍ଣ୍ଣ ସହଯୋଗକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଦୁଇ ଦେଶ ମଧ୍ୟରେ ଦୀର୍ଘଦିନର ବନ୍ଧୁତା ଏବଂ ସହଯୋଗ, ଯାହା ବିଶ୍ୱାସ, ପାରସ୍ପରିକ ସମ୍ମାନ ଉପରେ ଆଧାରିତ ବୋଲି ସେମାନେ ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ, ସେମାନେ ଉଲ୍ଲେଖ କରିଥିଲେ ଯେ, ବ୍ୟାପକ ରଣନୈତିକ ଭାଗିଦାରୀ ଦ୍ୱାରା ସମ୍ପର୍କ ଉନ୍ନତ ହେବା ସହିତ ମିଳିତ ସହଯୋଗ ପାଇଁ ଏକ ଦୃଢ଼ ମାର୍ଗ ପ୍ରସ୍ତୁତ କରିବ । ଉନ୍ନତ ଉତ୍ପାଦନ ଏବଂ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଭଳି ନୂତନ କ୍ଷେତ୍ରରେ ଭାରତ ଏବଂ ସିଙ୍ଗାପୁର କିପରି ସେମାନଙ୍କର ସହଯୋଗକୁ ସୁଦୃଢ଼ କରିପାରିବେ ସେ ବିଷୟରେ ସେମାନେ ଚିନ୍ତା ବ୍ୟକ୍ତ କରିଥିଲେ । ଆସନ୍ତା ବର୍ଷ ରାଷ୍ଟ୍ରପତି ଥାର୍ମନଙ୍କୁ ଭାରତରେ ସ୍ୱାଗତ କରିବା ପାଇଁ ସେ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ ।

Leave A Reply

Your email address will not be published.