ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ସକ୍ରିୟ ମାମଲା କମିଛି : କିନ୍ତୁ ବଢ଼ୁଛି ମୃତକଙ୍କ ସଂଖ୍ୟା, ବଢ଼ାଉଛି ଚିନ୍ତା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କାରଣରୁ କରୋନା ସଂକ୍ରମଣରେ ସକ୍ରିୟ କ୍ଷେତ୍ରରେ ଦ୍ରୁତ ହ୍ରାସ ଘଟିଛି । କିନ୍ତୁ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟାର ବୃଦ୍ଧି । ହ୍ରାସ ପରିବର୍ତ୍ତେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ଯୋଗୁଁ ୪୩୨୯ ଲୋକ ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା ୨୭୮୭୧୯ ଲୋକଙ୍କ ମୃତ୍ୟୁ ହୋଇଛି ।

ମୃତକଙ୍କ ସଂଖ୍ୟା ବଢ଼ିବା ଯୋଗୁଁ ଏବେ ଦେଶରେ ବଢ଼ୁଛି ଚିନ୍ତା । ସଂକ୍ରମଣ ସଂଖ୍ୟା କମିବା ଯୋଗୁଁ ଯଦି ବି କେତେକାଂଶରେ ଆଶ୍ୱସ୍ତି ମିଳିଛି, ତଥାପି ବିପଦମୁକ୍ତ ଅନୁଭବ ହେଉନାହିିଁ ।

Leave A Reply

Your email address will not be published.