om academy

ଦିଲ୍ଲୀରେ ମେ ୧୭ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌ ଅବଧି

jsm

ନୂଆଦିଲ୍ଲୀ : ମେ ୧୭ ପର୍ଯ୍ୟନ୍ତ ବଢ଼ିଲା ଦିଲ୍ଲୀର ଲକ୍‌ଡାଉନ୍‌ ଅବଧି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥର ସରକାର ଅପେକ୍ଷାକୃତ କଠୋର ‘ଲକ୍‌ଡାଉନ୍‌’ ଜାରି କରିବା ଲାଗି ସ୍ଥିର କରିଛନ୍ତି। ତେଣୁ, ମେଟ୍ରୋ ସେବା ବାତିଲ ହେବ । ବ୍ୟବସାୟୀ, ମହିଳା ଓ ଯୁବବର୍ଗଙ୍କ ସହ ସବିଶେଷ ଆଲୋଚନା କରିବା ପରେ ଆଉ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ‘ଲକ୍‌ଡାଉନ୍‌’ ସମ୍ପ୍ରସାରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଦୁଇ ତିନି ଦିନ ମଧ୍ୟରେ ଜାତୀୟ ରାଜଧାନୀରେ ‘ପଜିଟିଭିଟି’ ସଂଖ୍ୟା ୩୫%ରୁ ୨୩% ହ୍ରାସ ପାଇଥିଲେ ବି ପରିସ୍ଥିତିକୁ ଆହୁରି ସୁଧାରିବା ସହ ନିୟନ୍ତ୍ରଣ କରାଯିବା ଆବଶ୍ୟକ । ଶନିବାର ସୁଦ୍ଧା ଦିଲ୍ଲୀରେ ୧୭,୩୬୪ ନୂଆ କୋଭିଡ୍‌-୧୯ ସଂକ୍ରମଣ ଏବଂ ସେ ଜନିତ ୩୩୨ ମୃତ୍ୟୁ ରେକର୍ଡ କରାଯାଇଛି ।

Leave A Reply

Your email address will not be published.