୨ ଆତଙ୍କବାଦୀଙ୍କ ଆତ୍ମସପର୍ମଣ

ଶ୍ରୀନଗର : ଜମ୍ମୁ-କଶ୍ମୀରର କୁଲଗାମର ହଦିଗାମ ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ମିଳିତ ସୁରକ୍ଷାକର୍ମୀଙ୍କୁ ଏହି ଅପରେସନ୍‌ରେ ସଫଳତା ମିଳିଛି । ଦୁଇଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ଗୁପ୍ତ ସୂଚନା ଆଧାରରେ ଆତଙ୍କବାଦୀମାନଙ୍କୁ ମିଳିତ ସୁରକ୍ଷାକର୍ମୀ ଘେରି ରହିଥିଲେ ଏବଂ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେଶନ କରାଯାଇଥିଲା ।

ଜମ୍ମୁ-କଶ୍ମୀର ପୋଲିସ କହିଛି ଯେ ଗିରଫ ହୋଇଥିବା ଉଭୟ ଆତଙ୍କବାଦୀଙ୍କ ନିକଟରୁ ବହୁ ଆପତ୍ତି ଜନକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି । କଶ୍ମୀର ଜୋନ ପୋଲିସ ଟୁଇଟ କରି କହିଛି ଯେ ଏହି ଏନକାଉଣ୍ଟର ବେଳେ ଦୁଇ ସ୍ଥାନୀୟ ଆତଙ୍କବାଦୀ ସେମାନଙ୍କ ପିତାମାତା ଏବଂ ପୋଲିସର ଅନୁରୋଧକ୍ରମେ ଆତ୍ମସମର୍ପଣ କରିଛନ୍ତି ।

Leave A Reply

Your email address will not be published.