ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା

ମୁମ୍ବାଇ : ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା । ଇନ୍ଦୋର ସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ଅଭିନେତ୍ରୀ ବୈଶାଳୀ ଠକ୍କର । ଏଥିସହିତ ଅଭିନେତ୍ରୀ ଜଣକ ସୁସାଇଡ୍ ନୋଟ୍ ମଧ୍ୟ ଛାଡି ଯାଇଛନ୍ତି ।

ଅଭିନେତ୍ରୀ ବୈଶାଳୀ ଠକ୍କର ଗତ ୧ ବର୍ଷ ହେଲା ଇନ୍ଦୋରରେ ରହୁଥିଲେ । ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସେ ଛାଡି ଯାଇଥିବା ସୁ-ସାଇଡ୍ ନୋଟ୍‌କୁ ମଧ୍ୟ ପୁଲିସ ଜବତ କରିଛି ।

ତେବେ କେଉଁ କାରଣରୁ ଅଭିନେତ୍ରୀ ଜଣକ ଆତ୍ମହତ୍ୟା କଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି ।ବୈଶାଳୀ ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ । ସେ ଅନେକ ପପୁଲାର ଶୋ’ରେ କାମ କରିଛନ୍ତି । ସେ ନିଜ ଅଭିନୟ କ୍ୟାରିଅରର ଆରମ୍ଭ ସିରିଏଲ୍ ‘ୟେ ରିସ୍ତା କ୍ୟା କେହଲାତା ହୈ’ରୁ ଆରମ୍ଭ କରିଥିଲେ । ଏହି ଶୋ’ରେ ସେ ସଞ୍ଜନା ଚରିତ୍ରରେ ଅଭିନୟ କରିଥିଲେ । ଏହାପରେ ତାଙ୍କୁ ‘ଆଶିକି’ ଶୋ’ରେ ଦେଖିବାକୁ ମିଳିଥିଲା । ସେ ‘ସସୁରାଲ ସିମର୍ କା’ ଶୋ’ରେ ମଧ୍ୟ ନଜର ଆସିଥିଲେ । ଏହି ଶୋ’ରୁ ହିଁ ତାଙ୍କୁ ଅଧିକ ଲୋକପ୍ରିୟତା ମିଳିଥିଲା ।

Leave A Reply

Your email address will not be published.