ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ସୋପିଆନ ଜିଲ୍ଲାର ମନିହାଲ ଅଞ୍ଚଳରେ ଜମ୍ମୁ କଶ୍ମୀର ପୋଲିସ, ସେନା ଓ ସିଆରପିଏଫ କୌଣସି ସୂତ୍ରରୁ ଆତଙ୍କୀ ଲୁଚିଥିବା ଖବର ପାଇ ରାତି ପ୍ରାୟ ୨ଟା ବେଳେ ସେଠାରେ ପହ‌ଞ୍ଚି ଅପରେସନ୍ ଆରମ୍ଭ କରିଥିଲେ । ଏତିକିବେଳେ ସୁରକ୍ଷାବାହିନୀ ଉପରକୁ ପ୍ରଥମେ ଆତଙ୍କବାଦୀ ଗୁଳିମାଡ଼ କରିଥିଲେ । ପାଲଟା ଜବାବ ଦେଇଥିଲେ ଯବାନ । ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ମୃତ ଆତଙ୍କବାଦୀଙ୍କ ପରିଚୟ ମିଳି ପାରିନଥିବା ବେଳେ ସେମାନଙ୍କର ଲସ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନ ସହ ସଂପୃକ୍ତି ଥିବା କହିଛନ୍ତି କଶ୍ମୀର ଆଇଜି ବିଜୟ କୁମାର ।

Leave A Reply

Your email address will not be published.