ନୂଆଦିଲ୍ଲୀ : ହରିଦ୍ୱାରରେ ଧର୍ମ ସଂସଦ, କର୍ଣ୍ଣାଟକରେ ହିଜାବ ବିବାଦ ଏବଂ ମୁସଲମାନମାନଙ୍କ ପ୍ରତି ଘୃଣାଭାବ ସମ୍ପର୍କରେ ଓଆଇସି ଚିଂତା ପ୍ରକଟ କରିବା ସହ ଏକ ବିବୃତ୍ତି ଜାରି କରିଛି । ଓଆଇସିର ମହାସଚିବଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଭାରତର ହରିଦ୍ୱାରରେ ମୁସଲମାନମାନଙ୍କ ଜନଶୁଣାଣି ତଥା ହିନ୍ଦୁତ୍ୱ ପତାକାଧାରୀଙ୍କ ସୋସିଆଲ ମିଡିଆରେ ମୁସ୍ଲିମ୍ ମହିଳାଙ୍କ ଉଦ୍ପୀଡ଼ନକୁ ନେଇ ଓଆଇସିର ସେକ୍ରେଟେରୀ ଜେନେରାଲ ଉଦ୍ବେଗ ପ୍ରକାଶ କରିଛନ୍ତି । କର୍ଣ୍ଣାଟକରେ ମୁସଲମାନ ମହିଳାମାନଙ୍କ ପାଇଁ ହିଜାବ ପିନ୍ଧିବା ଉପରେ ପ୍ରତିବନ୍ଧକ ମଧ୍ୟ ଚିନ୍ତାଜନକ ବୋଲି ଦର୍ଶାଇ ଓଆଇସିର ମହାସଚିବ ଅନ୍ତର୍ଜାତୀୟ ସମୁଦାୟକୁ ବିଶେଷ କରି ମିଳିତ ଜାତିସଂଘ ଏବଂ ମାନବ ଅଧିକାର ପରିଷଦକୁ ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ।
ମୁସଲିମ ସମ୍ପ୍ରଦାୟର ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଓଆଇସିର ମହାସଚିବ ଭାରତକୁ ଅନୁରୋଧ କରିଛନ୍ତି । ଏହା ସହିତ ମୁସଲମାନମାନଙ୍କର ଜୀବନ ଶୈଳୀ ମଧ୍ୟ ସୁରକ୍ଷିତ ହେବା ଉଚିତ୍ ଓ ଯେଉଁମାନେ ମୁସଲମାନମାନଙ୍କ ପ୍ରତି ହିଂସା ଓ ଘୃଣା ଭାବ ପ୍ରଚାର କରୁଛନ୍ତି, ସେମାନଙ୍କ ଉପରେ ନ୍ୟାୟିକ ପଦକ୍ଷେପ ନିଆଯିବା ଉଚିତ୍ ବୋଲି କହିଛନ୍ତି ।