ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଅର୍ଥନୈତିକ ସର୍ବେକ୍ଷଣ ୨୦୨୨ ଉପସ୍ଥାପନ କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ବଜେଟ୍ ପୂର୍ବରୁ ଅର୍ଥନୀତିର ସ୍ଥିତିର ବିବରଣୀ ଦିଆଯାଇଛି । ଆର୍ଥିକ ସର୍ବେକ୍ଷଣ ୨୦୨୨-୨୩ ଆର୍ଥିକ ବର୍ଷରେ (ଏପ୍ରିଲ ୨୦୨୨ ରୁ ମାର୍ଚ୍ଚ ୨୦୨୩) ଭାରତୀୟ ଅର୍ଥ ବ୍ୟବସ୍ଥା ୮-୮.୫ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ଅନ୍ୟପକ୍ଷରେ, ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ଆକଳନ ଅନୁଯାୟୀ ଅର୍ଥନୈତିକ ଅଭିବୃଦ୍ଧି ହାର ୯.୨ ପ୍ରତିଶତ ହୋଇପାରେ । ସମୀକ୍ଷା ୨୦୨୧-୨୨ ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସ୍ଥିତି ସହିତ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ସଂସ୍କାରର ବିବରଣୀ ପ୍ରଦାନ କରୁଛି । ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ୭.୩ ପ୍ରତିଶତ ହ୍ରାସ ଘଟିଛି । ଅର୍ଥନୈତିକ ସର୍ବେକ୍ଷଣ ଭାରତୀୟ ଅର୍ଥନୀତିର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଯୋଗାଣ ଦିଗ ଉପରେ ଧ୍ୟାନ ଦିଆଯାଇଛି । ଗତ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଥିବା ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନଙ୍କ ଏହା ପ୍ରଥମ ଅର୍ଥନନୈତିକ ସର୍ବେକ୍ଷଣ । ଡିସେମ୍ବରରେ କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କ କାର୍ଯ୍ୟକାଳ ଶେଷ ହେବା ପରଠାରୁ ଏହି ପଦବୀ ଖାଲି ଥିବାରୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ତଥା ଅନ୍ୟ ଅଧିକାରୀଙ୍କ ଦ୍ୱାରା ଚଳିତ ବର୍ଷର ଅର୍ଥନୈତିକ ସର୍ବେକ୍ଷଣ ପ୍ରସ୍ତୁତ କରାଯାଇଛି ।