oom

ସାମୁହିକ ଅପହରଣ ମାମଲା : ରାଜସ୍ଥାନର ୩୮ ଆଦିବାସୀ ମହିଳାଙ୍କୁ ଅପହରଣ

jsmm

କୋଟା : ମଧ୍ୟପ୍ରଦେଶର ଏକ ଗାଁର ୧୦୦ ରୁ ଅଧିକ ଲୋକଙ୍କ ଗୋଷ୍ଠୀ ସେମାନଙ୍କ ମୋଟରସାଇକେଲ ଚୋରି କରିବାରେ ସମ୍ପୃକ୍ତ ଥିବା ସନ୍ଦେହରେ ରାଜସ୍ଥାନର ୩୮ ଆଦିବାସୀ ମହିଳା ଏବଂ ଶିଶୁଙ୍କୁ ଅପହରଣ କରି ନେଇଥିଲେ । ଗୁରୁବାର ପୋଲିସ ଏହି ସୂଚନା ଦେଇଛି । ତେବେ ଅପରାଧର କିଛି ଘଣ୍ଟା ମଧ୍ୟରେ ରାଜସ୍ଥାନ ପୋଲିସ ଅପହରଣ ହୋଇଥିବା ମହିଳା ଓ ଶିଶୁଙ୍କୁ ବୁଧବାର ଅପରାହ୍ନରେ ମଧ୍ୟପ୍ରଦେଶରୁ ମୁକ୍ତ କରିବାରେ ସଫଳ ହୋଇଥିଲା ଏବଂ ୬ ଜଣ ଅପହରଣକାରୀଙ୍କୁ ଗିରଫ କରି ସେମାନଙ୍କ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ଅପହରଣ ପାଇଁ ବ୍ୟବହୃତ କାର ଜବତ କରିଥିଲା ।

ଉନ୍‌ହେଲ ପୋଲିସ ଷ୍ଟେସନର ଏସ୍‌ଏଚ୍‌ଓ ଭମ୍‌ମ୍ବର ସିଂ କହିଛନ୍ତି ଯେ, ରାଜସ୍ଥାନର ଝାଲୱାଡ ଜିଲ୍ଲାର ଉନ୍‌ହେଲ୍‌ ପୋଲିସ ଷ୍ଟେସନ ଅଞ୍ଚଳରେ ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ଲୋଟ ପୋଲିସ ଷ୍ଟେସନ ଅଧୀନରେ ଥିବା କଲସିଆ ଗାଁର ଲୋକମାନେ ଆଦିବାସୀ ମହିଳାଙ୍କୁ ଆନ୍ତରାଜ୍ୟ ଅପହରଣର ଜଘନ୍ୟ ଅପରାଧ କରିଛନ୍ତି । ସିଂ କହିଛନ୍ତି ଯେ, କଞ୍ଜର ଜନଜାତି ସମ୍ପ୍ରଦାୟର ଅନେକ ପରିବାର ସେମାନଙ୍କ ପୋଲିସ୍ ଷ୍ଟେସନ ଅଧୀନରେ ଥିବା ଆନ୍ତରାଜ୍ୟ ସୀମାରେ ଅସ୍ଥାୟୀ ତମ୍ବୁରେ ରୁହନ୍ତି ।

jittmm
Leave A Reply

Your email address will not be published.