ଡିସେମ୍ବର ୧୭ରେ ଜିଏସ୍‌ଟି କାଉନସିଲର ୪୮ତମ ବୈଠକ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ : ଚଳିତ ବର୍ଷ ଡିସେମ୍ବର ୧୭ରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) କାଉନସିଲର ୪୮ତମ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏପରିକି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଭିଡିଓ କନ୍‌ଫରେନ୍ସରେ ହେବ ବୋଲି ଜଣାପଡିଛି । ଉକ୍ତ ବୈଠକରେ ବିଭିନ୍ନ ବିଷୟ ସାଙ୍ଗକୁ କାସିନୋ, ଅନ୍‌ଲାଇନ ଗେମିଂ ଏବଂ ଘୋଡ଼ାଦୌଡ଼ ଉପରେ ମଧ୍ୟ ଜିଏସ୍‌ଟି ଲାଗୁ କରିବା ଏବଂ ଜିଏସ୍‌ଟି ଅପିଲିକ୍‌ ନ୍ୟାୟାଧିକରଣ ପ୍ରତିଷ୍ଠା ଦିଗରେ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କ ରିପୋର୍ଟ ଉପରେ ବିସ୍ତୃତ ଆଲୋଚନ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.