ମୋଦୀଙ୍କୁ ଆନ୍ନା ହଜାରେଙ୍କ ଚିଠି, କୃଷକମାନ‌ଙ୍କ ପାଇଁ ଦିଲ୍ଲୀରେ କରିବେ ଆମରଣ ଅନଶନ

ନୂଆଦି‌ଲ୍ଲୀ : ଏକ ପ୍ରମୁଖ ଜାତୀୟ ଖବରକାଗଜ ଅନୁଯାୟୀ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦିଲ୍ଲୀରେ ଆମରଣ ଅନଶନ କରିକୁ ଚେତାବନୀ ଦେଇଛନ୍ତି ।

ଆନ୍ନା ହାଜର ଲେଖିଛନ୍ତି ଯେ, ବର୍ତ୍ତମାନ ପର୍ୟ୍ୟନ୍ତ ସେ ପ୍ରଧାନମନ୍ତ୍ରୀଙ୍କୁ ପାଞ୍ଚ ଥର ଚିଠି ଲେଖିଛନ୍ତି, ମାତ୍ର ଥରେ ବି ଜବାବ୍‌ ଫେରି ନାହିିଁ । ସେ କହିଛନ୍ତି ଯେ, ସରକାର ତାଙ୍କୁ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି କିମ୍ବା ଚାଷୀଙ୍କ ଦାବୀକୁ ପୂରଣ କରିନାହାଁନ୍ତି । ତେଣୁ ଏଥର ସେ ଜାନୁଆରୀ ଶେଷରେ ଦିଲ୍ଲୀର ରାମଲୀଲା ମଇଦାନରେ ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆନ୍ନା ହଜାର ତାଙ୍କ ଚିଠିରେ ଲେଖିଛନ୍ତି ଯେ, ସରକାର ଲିଖିତ ଆକାରରେ କହିଛନ୍ତି ଯେ କେନ୍ଦ୍ର ସରକାର ଫସଲର ମୂଲ୍ୟଠାରୁ ସର୍ବନିମ୍ନ ସମର୍ଥନ ମୂଲ୍ୟ ୫୦ ପ୍ରତିଶତ ଅଧିକ ସ୍ଥିର କରିଛନ୍ତି ଏବଂ ଏହା ବଜେଟ୍ ଭାଷଣରେ ଅନ୍ତର୍ଭୁକ୍ତ କରାଯାଇଥିଲା । କିନ୍ତୁ ଏହା ଏପର୍ୟ୍ୟନ୍ତ ପାଳନ କରାଯାଇ ନାହିଁ । ଏହା ତାଙ୍କର ଶେଷ ଆମରଣ ଅନଶନ ହୋଇପାରେ ବୋଲି ସେ କହିଛନ୍ତି । ଏହାପୂର୍ବରୁ ୨୦୧୮ ଏବଂ ୨୦୧୧ରେ ସେ ଦିଲ୍ଲୀରେ ଆମରଣ ଅନଶନ କରି ଲୋକପାଲ ଦାବୀ କରିଥିଲେ । ତେବେ ଆଜି ପର୍ୟ୍ୟନ୍ତ କେନ୍ଦ୍ରରେ ଲୋକପାଲ ନିଯୁକ୍ତ ହୋଇନାହାଁନ୍ତି ।

Leave A Reply

Your email address will not be published.