ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ ଦିନର ଉପଲବ୍ଧି ଉପରେ ଆଲୋକପାତ କରିଛନ୍ତି ଡ. ଏଲ୍ ମୁରୁଗନ୍

  • ଭିତ୍ତିଭୂମି, କୃଷି, ମହିଳା ସଶକ୍ତୀକରଣ ଏବଂ ଅନୁସୂଚିତ ଜାତି, ଜନଜାତି, ଓବିସି ଏବଂ ଗରିବଙ୍କ ପାଇଁ ୧୫ ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଛି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ ଦିନର ସଫଳତା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗନ୍ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି । ସମନ୍ଵିତ ବିକାଶ ପାଇଁ ୧୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଏହି ପ୍ରମୁଖ ଉପଲବ୍ଧି ଗୁଡ଼ିକ ଦେଶକୁ ‘ବିକଶିତ ଭାରତ’ ଦୃଷ୍ଟିକୋଣ ଆଡକୁ ଆଗେଇ ନେଉଛି । ମାତ୍ର ୧୦୦ ଦିନ ମଧ୍ୟରେ ଭିତ୍ତିଭୂମି, କୃଷି, ମହିଳା ବିକାଶ ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି), ଅନୁସୂଚିତ ଜାତି (ଏସ୍‌ସି), ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ଗରିବଙ୍କ ଉନ୍ନତି ପାଇଁ ୧୫ ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଛି । କୃଷି, ଗ୍ରାମାଞ୍ଚଳ, ରାଜପଥ, ରେଳବାଇ, ବିମାନ, ଯୋଗାଯୋଗ ଏବଂ ବନ୍ଦରର ବିକାଶ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ । କୃଷିର ବିକାଶ ଓ ମହିଳା ସଶକ୍ତୀକରଣ ବିଶେଷକରି ଏହି ୧୦୦ ଦିନରେ ଭିତ୍ତିଭୂମି କ୍ଷେତ୍ରରେ ୩ ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଛି, ଯେଉଁଥିରେ କୃଷି କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଇଛି । “ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)୫%ରୁ ୧୨.୭%କୁ ବୃଦ୍ଧି କରାଯାଇଛି ଏବଂ ଏହା ବ୍ୟତୀତ ପିଏମ-କିଷାନ୍‌ ଯୋଜନାର ୧୭ତମ କିସ୍ତିରୁ ୨୦, ୦୦୦କୋଟି ଟଙ୍କା ୯.୩ କୋଟି କୃଷକଙ୍କୁ ପ୍ରଦାନ କରାଯାଇଥିବା ବିଷୟରେ”, ଡ. ମୁରୁଗାନ ଆଲୋକପାତ କରିଥିଲେ । ଏହାବ୍ୟତୀତ ଏହି ପ୍ରଥମ ୧୦୦ ଦିନରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସାରା ଦେଶରେ ୩ କୋଟି ଘର ମଞ୍ଜୁର କରାଯାଇଛି । ମାତ୍ର ୧୦୦ ଦିନରେ ଏହି ସଫଳତା ସମାଜର ସମସ୍ତ ବର୍ଗକୁ ସଶକ୍ତ କରିବା ଉପରେ ଗୁରୁତ୍ଵ ଦେବା ସହିତ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।

Leave A Reply

Your email address will not be published.