୫ମ ଭାରତ-ବ୍ରିଟେନ ସ୍ୱରାଷ୍ଟ୍ର ବ୍ୟାପାର ଆଲୋଚନା

ଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀ ଠାରେ ୫ମ ଭାରତ-ବ୍ରିଟେନ ସ୍ୱରାଷ୍ଟ୍ର ବ୍ୟାପାର ଆଲୋଚନା (ଏଚଏଡି) ଅନୁଷ୍ଠିତ ହୋଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ କୁମାର ଭଲା ଭାରତୀୟ ପ୍ରତିନିଧିଙ୍କ ନେତୃତ୍ୱ ନେଇଥିଲେ ଏବଂ ବ୍ରିଟେନ ପ୍ରତିନିଧି ଦଳର ନେତୃତ୍ୱ ସ୍ୱରାଷ୍ଟ୍ର କାର୍ଯ୍ୟାଳୟର ସ୍ଥାୟୀ ସଚିବ ସାର୍ ମାଥ୍ୟୁ ରାଇକ୍ରଫ୍ଟଙ୍କ ନେଇଥିଲେ । ଏହି ବୈଠକରେ ଉଭୟ ଦେଶର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।

ଏହି ବୈଠକରେ ଉଭୟ ପକ୍ଷ ଜାରି ରଖିଥିବା ସହଯୋଗର ସମୀକ୍ଷା କରିଛନ୍ତି ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ ଲାଗି ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଆତଙ୍କବାଦ, ସାଇବର ସୁରକ୍ଷା ତଥା ବିଶ୍ୱ ଯୋଗାଣ ଶୃଙ୍ଖଳା, ନିଶା କାରବାର, ସ୍ଥାନାନ୍ତରଣ, ପ୍ରତ୍ୟର୍ପଣ, ଖାଲିସ୍ତାନ ସପକ୍ଷବାଦୀ ଉଗ୍ରବାଦ, ବ୍ରିଟେନରେ ଭାରତ ବିରୋଧୀ କାର୍ଯ୍ୟକଳାପର ବିଲୋପ ଆଦି କ୍ଷେତ୍ରରେ ସହଯୋଗକୁ ଆଗକୁ ବଢାଇବା ତଥା ଅନୁସନ୍ଧାନରେ ସହଯୋଗ ପାଇଁ ନିଆଯାଇଥିବା ପଦକ୍ଷେପଗୁଡିକ ଚିହ୍ନଟ କରାଯାଇଛି ।
ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସହାୟତା ବନ୍ଦ କରିବା ପାଇଁ ଖାଲିସ୍ତାନୀ ସପକ୍ଷବାଦୀ ସମର୍ଥକମାନଙ୍କ ଦ୍ୱାରା ବ୍ରିଟେନର ଆଶ୍ରୟ ସ୍ଥିତିର ଅପବ୍ୟବହାର ଉପରେ ଭାରତୀୟ ପକ୍ଷ ଉଦବେଗ ପ୍ରକାଶ କରିଥିଲେ ଏବଂ ବ୍ରିଟେନକୁ ଖାଲିସ୍ତାନ ସପକ୍ଷବାଦୀ ଉଗ୍ରବାଦୀଙ୍କ ଉପରେ ନଜର ରଖିବା ଏବଂ ଉପଯୁକ୍ତ ସକ୍ରିୟ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଭାରତୀୟ ହାଇ କମିଶନରେ ସୁରକ୍ଷା ବଳୟ ଭାଙ୍ଗିବା ନେଇ ଭାରତର ଚିନ୍ତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ।

ଜାରି ରହିଥିବା ସହଭାଗୀତା ଉପରେ ସନ୍ତୁଷ୍ଟତା ପ୍ରକାଶ କରିବା ସହ ଦ୍ୱିପାକ୍ଷିକ ଯୋଗଦାନକୁ ଆହୁରି ଗଭୀର କରିବାକୁ ଏବଂ ଦୁଇ ଦେଶ ମଧ୍ୟରେ ସୁରକ୍ଷା ସହଯୋଗର ଗତି ବଜାୟ ରଖିବାକୁ ସହମତି ପ୍ରକାଶ ସହିତ ଉଭୟ ପକ୍ଷର ଆଲୋଚନା ଶେଷ ହୋଇଛି ।

Leave A Reply

Your email address will not be published.