କୃଷକ ଏବଂ କୃଷକ ସଂଗଠନ ସହିତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ

  • କୃଷକମାନଙ୍କ ସହ କୃଷି ସମ୍ବନ୍ଧୀୟ ଅନେକ ପ୍ରସଙ୍ଗରେ ଗମ୍ଭୀରତାର ସହ ଆଲୋଚନା ହୋଇଛି, ସେମାନେ ଅନେକ ଗଠନମୂଳକ ପରାମର୍ଶ ଦେଇଛନ୍ତି : ଶିବରାଜ ସିଂ ଚୌହାନ
  • ଏକ, ଦୁଇ କିମ୍ବା ଅଢ଼େଇ ଏକର ଜମି ଥିବା ଚାଷୀଙ୍କୁ ଲାଭଜନକ ଚାଷ ପାଇଁ ଆଦର୍ଶ କୃଷି ପଦ୍ଧତିର ପ୍ରଶିକ୍ଷଣ ଉପରେ କୃଷକମାନେ ଗୁରୁତ୍ୱାରୋପ କରିଛନ୍ତି : କେନ୍ଦ୍ର କୃଷି ମନ୍ତ୍ରୀ
  • କୃଷକଙ୍କ ପରାମର୍ଶକୁ ଆମେ ଗମ୍ଭୀରତାର ସହ ବିଚାର କରିବୁ ଏବଂ ଏହାର ସମାଧାନ ପାଇଁ ଚେଷ୍ଟା କରିବୁ, ସମ୍ପୃକ୍ତ ସମସ୍ୟାକୁ ରାଜ୍ୟକୁ ପଠାଇବୁ ଏବଂ ବିଭାଗଗୁଡ଼ିକ କେନ୍ଦ୍ର ସରକାରଙ୍କ ସମସ୍ୟା ଉପରେ ପଦକ୍ଷେପ ନେବେ : ଶ୍ରୀ ଚୌହାନ
  • କୃଷକମାନଙ୍କ ସହ ଆଲୋଚନା ଅତ୍ୟନ୍ତ ଉପଯୋଗୀ, ଆଲୋଚନା ମାଧ୍ୟମରେ ଆମେ ମୌଳିକ ସମସ୍ୟା ବିଷୟରେ ସୂଚନା ପାଉଛୁ ଏବଂ ସରକାରୀ ଯୋଜନା ମଧ୍ୟ କୃଷକଙ୍କ ପାଖରେ ପହଞ୍ଚୁଛି : କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ
  • କୃଷକ ଅନୁକୂଳ ନିଷ୍ପତ୍ତି ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ କୃଷକ, କୃଷକ ସଂଗଠନ ଏବଂ ବିଭିନ୍ନ ରାଜ୍ୟର କୃଷକ, ସଦସ୍ୟ ଏବଂ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ଚୌହାନ କହିଛନ୍ତି ଯେ, କୃଷକମାନଙ୍କ ସହିତ କୃଷି ସମ୍ବନ୍ଧୀୟ ଅନେକ ପ୍ରସଙ୍ଗ ଉପରେ ଗମ୍ଭୀରତାର ସହ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କରାଯାଇଥିବା ସମସ୍ତ ପ୍ରୟାସ ସହିତ ରବି ଫସଲର ଏମ୍‌ଏସ୍‌ପି ବୃଦ୍ଧି ପାଇଁ ଗତକାଲି କ୍ୟାବିନେଟର ନିଷ୍ପତ୍ତି ବିଷୟରେ ସେ କୃଷକମାନଙ୍କୁ ଅବଗତ କରାଇଥିଲେ । କୃଷକ ସଂଗଠନ ଗୁଡ଼ିକ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ସହ ଅନେକ ଗଠନମୂଳକ ପରାମର୍ଶ ଦେଇଥିଲେ । ଏକ, ଦୁଇ କିମ୍ବା ଅଢ଼େଇ ଏକର ଜମି ଥିବା କୃଷକମାନେ କିପରି ଚାଷ କରିବେ ଏବଂ ଏଥିରେ କିପରି ଲାଭଦାୟକ ଚାଷ କରିବେ ସେ ନେଇ ଆଦର୍ଶ କୃଷି କରିବା ପାଇଁ ସୂଚନା ଦିଆଯିବା ଦରକାର ବୋଲି କୃଷକମାନେ କହିଛନ୍ତି । ଏକ ଏକର ଚାଷ ଜମିରେ କୃଷକମାନେ ଲାଭଜନକ ଚାଷ କରୁଥିବାର ଉଦାହରଣ ମଧ୍ୟ ଦେଇଛନ୍ତି ଚାଷୀ । ଜଳ ଯୋଗାଣ, ସାର ବ୍ୟବହାର, ମାଟିକୁ ସୁସ୍ଥ କରିବା, ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି, ଚିନିକଳ ବନ୍ଦ, ବୁଲା ପଶୁଙ୍କ ସମସ୍ୟା ଆଦି ବିଷୟରେ ଚାଷୀମାନେ ଆଲୋଚନା କରିଥିଲେ । ବାଜରା/ଶ୍ରୀ ଅନ୍ନକୁ ପ୍ରୋତ୍ସାହନ ଦେବା ନେଇ ମଧ୍ୟ ଚାଷୀମାନେ ପରାମର୍ଶ ଦେଇଛନ୍ତି । କୃଷକଙ୍କ ପରାମର୍ଶକୁ ସେ ଗମ୍ଭୀରତାର ସହ ବିଚାର କରି ଏହାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାରଙ୍କ ସହ ଜଡ଼ିତ ବିଷୟଗୁଡ଼ିକୁ ରାଜ୍ୟକୁ ପଠାଯିବ ଏବଂ ବିଭାଗଗୁଡ଼ିକ କେନ୍ଦ୍ର ସରକାରଙ୍କ ବିଷୟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । କୃଷକମାନଙ୍କ ସହ ଯୋଗାଯୋଗ ଅତ୍ୟନ୍ତ ଉପଯୋଗୀ ହୋଇଛି ଏବଂ ଏହି ଆଲୋଚନା ମାଧ୍ୟମରେ ଆମେ ସିଧାସଳଖ କୃଷକମାନଙ୍କଠାରୁ ମୌଳିକ ସମସ୍ୟା ବିଷୟରେ ସୂଚନା ପାଉଛୁ । ସରକାରୀ ଯୋଜନା ମଧ୍ୟ ଚାଷୀଙ୍କ ପାଖରେ ପହଞ୍ଚା ଯାଉଛି ବୋଲି ସେ କହିଛନ୍ତି । ଘୋଷିତ ଏମ୍‌ଏସ୍‌ପିରେ ସମସ୍ତ ୨୩ ଟି ଫସଲ କିଣିବା ପାଇଁ ନିଷ୍ପତ୍ତି ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନିଙ୍କୁ ଧନ୍ୟବାଦ ଏବଂ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କ କୃଷକ ଅନୁକୂଳ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.