ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍ ଅଭିଯୋଗ

ଧୋଡ୍ରା : ଧୋଡ୍ରାସ୍ଥିତ ଏସ୍‌ବିଆଇ ଏଟିଏମ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଛି । ଖବରପାଇ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । କିଛି ସ୍ଥାନୀୟ ବ୍ୟକ୍ତି ଏଟିଏମ୍‌ରୁ ଟଙ୍କା ଉଠାଣ ପାଇଁ ଯିବା ସମୟରେ ଏଟିଏମ୍ ମେସିନ ଭଙ୍ଗା ହୋଇ ଥିବା ଦେଖିବାକୁ ପାଇଥିଲେ । ଖବରପାଇ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଏଟିଏମ୍‌କୁ ଗ୍ୟାସ କଟର ଦ୍ୱାରା କଟାଯାଇ ଲୁଟ୍ କରାଯାଇଛି । ଅପରାଧୀମାନେ ପ୍ରମାଣ ନଷ୍ଟ କରିବାକୁ ଯାଇ ଏଟିଏମ୍‌ରେ ଲାଗିଥିବା କ୍ୟାମେରା ସବୁକୁ ଅଚଳ କରିଦେଇଥିବା ସୂଚନା ରହିଛି ।

Leave A Reply

Your email address will not be published.