୪୪ତମ ଜିଏସଟି ପରିଷଦ ବୈଠକର ସୁପାରିସ : କୋଭିଡ ଚିକିତ୍ସା ଓ ପରିଚାଳନାରେ ବ୍ୟବହୃତ ହେଉଥିବା ସାମଗ୍ରୀ ଉପରୁ ଜିଏସଟି ହ୍ରାସ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ୪୪ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ ଚିକିତ୍ସା ଓ ପରିଚାଳନାରେ ବ୍ୟବହୃତ ହେଉଥିବା ନିର୍ଦ୍ଦିଷ୍ଟ କେତେକ ସାମଗ୍ରୀ ଉପରୁ ଜିଏସଟି ଦର ହ୍ରାସ କରିବା ଲାଗି ଏହି ବୈଠକରେ ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ଦରହ୍ରାସ ୩୦ ସେପ୍ଟେମ୍ବର, ୨୦୨୧ ପର୍ୟ୍ୟନ୍ତ ଲାଗୁ ହେବ ।

ଏହି ବୈଠକରେ ମଧ୍ୟ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥ ମନ୍ତ୍ରୀ ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.