ପର୍ଣ୍ଣ ଫିଲ୍ମ ର‍୍ୟାକେଟ ମାମଲାରେ ଜଣେ ମଧ୍ୟସ୍ଥି ଗିରଫ, ବଲିଉଡ ସହ ଜଡିତ ବଡ ନାଁ ଆସିବାର ସମ୍ଭବନା

ମୁମ୍ବାଇ : ପର୍ଣ୍ଣ ଫିଲ୍ମ ସୁଟିଂ ର‍୍ୟାକେଟ ମାମଲାରେ ମୁମ୍ବାଇ ପୋଲିସର କ୍ରାଇମ ଶାଖାର ସମ୍ପତ୍ତି ସେଲ ଦ୍ୱାରା ଜଣେ ମଧ୍ୟ‌ସ୍ଥିଙ୍କୁ ଗିରଫ କରାଯାଇଛି । ଉମେଶ କାମତ ନାମକ ଏହି ବ୍ୟକ୍ତି ବିଦେଶରୁ କେବେ ଏବଂ କିପରି ସୁଟ୍ ପର୍ଣ୍ଣ ଫିଲ୍ମ ଅପଲୋଡ୍ କରିବେ, ସେନେଇ ମଧ୍ୟସ୍ଥି ଭାବରେ କାର୍ୟ୍ୟ କରୁଥିଲେ । ପୋଲିସର ସୂଚନାନୁସାରେ, ପୂର୍ବରୁ ଗିରଫ ହୋଇଥିବା ଅଭିନେତ୍ରୀ ପର୍ଣ୍ଣ ମୁଭି ସୁଟ୍ ପରେ ଏହାକୁ ଭି ଟ୍ରାନ୍ସଫରରେ ଅପଲୋଡ୍ କରୁଥିଲେ ଏବଂ ପରେ ଲିଙ୍କକୁ ବିଦେଶରେ ବସିଥିବା ଅପଲୋଡର୍ ଏବଂ ଉମେଶଙ୍କ ନିକଟକୁ ପଠାଉଥିଲେ । ପୋଲିସର ସୂଚନାନୁସାରେ, ପର୍ଣ୍ଣ ଫିଲ୍ମ ସୁଟିଂ ର‍୍ୟାକେଟରେ ବଲିଉଡ ସହ ଜଡିତ କିଛି ବଡ ନାମ ସାମ୍‌ନାକୁ ଆସିପାରେ ।

Leave A Reply

Your email address will not be published.