ବିଳମ୍ବିତ ରାତିରେ ଦୁଇଟି ମନ୍ଦିରରୁ ଲୁଟ୍

ବାଲିଗୁଡ଼ା, (ସୁରେ‌ନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ବାଲିଗୁଡ଼ାରେ ବିଳମ୍ବିତ ରାତିରେ ଦୁଇଟି ମନ୍ଦିରରୁ ଲୁଟ୍ ହୋଇଥିବା ଜଣାପଡିଛି । ଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଇଥିବା ବେଳେ ମା’ ଦକ୍ଷୀଣ କାଳୀ ମନ୍ଦିରରୁ ମା’ଙ୍କ ଅଳଙ୍କାର ମଧ୍ୟ ଲୁଟିନେଇ ଫେରାର୍‌ ମାରିଛନ୍ତି ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦକ୍ଷୀଣ କାଳୀ ମନ୍ଦିର ପରିସରରେ ସିସିଟିଭି ଲାଗିନଥିବା ବେଳେ ଜଗନ୍ନାଥ ମନ୍ଦିରରେ ଥିବା ସିସିଟିଭିକୁ ଯାଞ୍ଚ କରୁଛି ପୋଲିସ୍ । ଉଭୟ ମନ୍ଦିରରୁ ରାତି ୧୨ଟା ୩୦ରୁ ୨ଟା୩୦ ମଧ୍ୟରେ ଚୋରି ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.