ମହିଳାଙ୍କ କଳା କାର୍‌ନାମା ,ବିୟର ପାର୍ଟି ବାହାନାରେ ଲୁଟ୍‌ : ଘରକୁ ଡାକି ସବୁକିଛି ଲୁଟି ନେଉଥିଲେ

ନୋଏଡା : ଲୁଟ୍‌ କରୁଥିବା ଏକ ଗ୍ୟାଙ୍ଗକୁ ୟୁପିର ନୋଏଡାର ସେକ୍ଟର -୩୯ ପୋଲିସ ଦ୍ୱାରା ଗିରଫ କରାଯାଇଛି । ଏହି ଘଟରାରେ ଦୁଇ ମହିଳା ଏବଂ ତିନି ଯୁବକ ଗିରଫ ହୋଇଥିବା ଜଣାପଡ଼ିଛି ।

ପୋଲିସର ସୂଚନାନୁସାରେ, ଏହି ଗ୍ୟାଙ୍ଗରେ ସମ୍ପୃକ୍ତ ମହିଳା ଓ ଯୁବତୀମାନେ ସୋସିଆଲ ମିଡିଆରେ ତଥା ସର୍ବସାଧାରଣ ସ୍ଥାନରେ ସାକ୍ଷାତ କରି ଉଚ୍ଚ ପ୍ରୋଫାଇଲ୍ ଲୋକଙ୍କ ସହ ବନ୍ଧୁତା କରୁଥିଲେ । ଏହା ପରେ, ତାଙ୍କ ଘରେ ବିୟର କିମ୍ବା ଖାଦ୍ୟ ଏବଂ ପାନୀୟ ପାର୍ଟି ଦେବାର ବାହାନାରେ ସେ ସେକ୍ଟର-୪୪ରେ ଥିବା ତାଙ୍କ ଫ୍ଲାଟକୁ ସେମାନଙ୍କୁ ଡାକୁଥିଲେ । ସେଠାରେ ପହଞ୍ଚିବା ପରେ ସେମାନଙ୍‌ଙ୍କ ସହ ମହିଳାମାନଙ୍କ ଅଶ୍ଳୀଳ ଭିଡିଓ ତିଆରୁଥିଲେ ଏବଂ ତାଙ୍କୁ ମଦ ପିଆଇ ପିଟାପିଟି ବି କରୁଥିଲେ । ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରୁଥିଲେ ।

ଏହି ଗ୍ୟାଙ୍ଗ ଦୁଇ ଦିନ ପୂର୍ବେ ଗୁରୁବାର ରାତିରେ ଜଣେ ଇଞ୍ଜିନିୟରଙ୍କୁ ଡାକିଥିଲେ । ପୋଲିସର ସୂଚନାନୁସାରେ ଅଭିଯୁକ୍ତ ସାନା ସେହି ଇଞ୍ଜିନିୟରଙ୍କୁ ଜାଣିଥିଲେ । ଇଞ୍ଜିନିୟର ପହଞ୍ଚିବା ପରେ ସାନା ତାଙ୍କୁ ବିୟର ପିଇବାକୁ ଦେଇଥିଲେ । ଏହା ପରେ ଦୀପା, ସୋନି ଏବଂ କୁଲଦୀପଙ୍କୁ ଡାକିଥିଲେ ।

ସେମାନେ ମିଳିତ ଭାବରେ ଇଞ୍ଜିନିୟରଙ୍କ ଠାରୁ ୨୫ ହଜାର ଟଙ୍କା, କାର୍ ଚାବି ଏବଂ ସମସ୍ତ ଜିନିଷ ଛଡେ଼ଇ ନେଇଗଲେ । ସେମାନେ ତାଙ୍କର ଅଶ୍ଳୀଳ ଭିଡିଓ ମଧ୍ୟ କରିଥିଲେ । ଏହା ପରେ ଭିଡିଓ ଦେଖାଇ ୨ ଲକ୍ଷ ଟଙ୍କା ମାଗିଥିଲେ । ଯେତେବେଳେ ଇଞ୍ଜିନିୟର ଏତେ ପରିମାଣର ଅର୍ଥ ଦେବାକୁ ମନା କରିଦେଲେ, ସେତେବେଳେ ସେମାନେ ତାଙ୍କୁ ପିଟିବା ଆରମ୍ଭ କରିଦେଲେ ।

ମାଡ଼ ମାରିବାରେ ଇଞ୍ଜିନିୟରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ସେମାନେ ଫାସିଯିବା ଭୟରେ ଇଞ୍ଜିନିୟରଙ୍କୁ ଡାକ୍ତରଖାନା ନେଇଥିଲେ । ଅନ୍ୟ ଜଣେ ଅଭିଯୁକ୍ତ କୁଲଦୀପ ମଧ୍ୟ ସେମାନଙ୍କ ସହ ଜଡିତ ଥିଲା । ଚିକିତ୍ସା ପରେ ଅଭିଯୁକ୍ତ ତାଙ୍କୁ ଫେରାଇ ଆଣିବା ବେଳେ ଇଞ୍ଜିନିୟର କୌଣସି ପ୍ରକାରେ ପଳାଇ ଯାଇଥିଲେ । ଏହା ପରେ ସେ ପୋଲିସକୁ ସୂଚନା ଦେଇଥିଲେ ଓ ଘଟଣା ଲୋକଲୋଚନକୁ ଆସିଥିଲା ।

Leave A Reply

Your email address will not be published.