ସମ୍ବଲପୁର ସହରରେ ପୁଣି ଏକ ହତ୍ୟାକାଣ୍ଡ

ସ‌ମ୍ବଲପୁର, (ପ୍ରଶା‌ନ୍ତ ମାଝୀ) : ସହରର ଟାଉନ ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ଼ କଲୋନୀ ସମ୍ମୁଖରେ ଗତକାଲି ସନ୍ଧ୍ୟା ୮ ଟାରେ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଭୀମସେନ ଗୁରୁ । ହତ୍ୟାକାରୀଙ୍କୁ ଶୀଘ୍ର ଧରାଯିବା ସହ କଠୋର ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ଭୀମସେନଙ୍କ ଭାଇ । ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ ନେଇ ହୋଇଥିବା ପୋଲିସ ଅନୁମାନ କରୁଛି ।

ଭୀମସେନ କିଛିଦିନ ହେଲା ଅନଗୁଳରୁ ସମ୍ବଲପୁର ଆସିଥିଲେ । ତେବେ କାହା ସହିତ କ’ଣ ଶତ୍ରୁତା ରହିଛି, ସେନେଇ ଟାଉନ ଥାନା ପୋଲିସ ଅଧିକ ତଦନ୍ତ କରୁଛି । ସପ୍ତାହେ ମଧ୍ୟରେ ଦୁଇଟି ହତ୍ୟାକାଣ୍ଡ ଘଟିଲାଣି । ପ୍ରଥମ ହତ୍ୟାକାଣ୍ଡର ଅଭିଯୁକ୍ତକୁ ପୋଲିସ ଧରି ନଥିବା ବେଳେ ଏବେ ଦ୍ୱିତୀୟ ଘଟଣାରେ ସହରବାସୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି ।

Leave A Reply

Your email address will not be published.