ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍ୱାମୀ ସିଂଦୁକରେ ଲୁଚେଇ ରଖିଥିଲା ଶବ : ମାତ୍ର ୬ ମାସ ପୂର୍ବରୁ ବିବାହ କରିଥିଲା

ନାହନ : ହିମାଚଳ ପ୍ରଦେଶର ସିର୍‌ମୋର ଜିଲ୍ଲାର ପାଂବ୍‌ଟା ସାହିବ୍‌ର ପୁରୁୱାଲା ଗାଁର ଏକ ଘରେ ମିଳିଛି ଜଣେ ମହିଳାଙ୍କ ମୃତଦେହ । ଏହି ମୃତଦେହ ଲୁହା ସିଂଦୁକରେ ଲୁଚାଯାଇଥିଲା । ହତ୍ୟା ଅଭିଯୋଗରେ ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ଦୁଇ ତିନି ଦିନ ପୂର୍ବରୁ ମହିଳାଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ଯେଉଁ ଘରେ ପୋଲିସ ମୃତଦେହ ଜବତ କରିଥିଲା, ​​ସେହି ଘରେ ଜଣେ ୟୁପି ଦମ୍ପତି ରହୁଥିଲେ । ମୃତଦେହକୁ ଘର ଭିତରେ ଲୁହା ବାକ୍ସରେ ଲୁଚାଇ ରଖାଯାଇଥିଲା, କିନ୍ତୁ ଶରୀରରୁ ଆସୁଥିବା ଦୁର୍ଗନ୍ଧ ମହିଳାଙ୍କ ମୃତ୍ୟୁ ରହସ୍ୟକୁ ପ୍ରକାଶ କରିଥିଲା । ଯେତେବେଳେ ପଡ଼ୋଶୀମାନେ ସଂଦେହ କଲେ, ସେମାନେ ସ୍ୱାମୀଙ୍କୁ ମହିଳାଙ୍କ ବିଷୟରେ ପଚାରିଲେ । ଯେତେବେଳେ ସ୍ୱାମୀ ସନ୍ତୋଷଜନକ ଉତ୍ତର ଦେଇ ପାରିଲେ ନାହିିଁ, ତେବେ ଲୋକମାନେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ମାଜ୍‌ରା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଘର ଭିତରେ ଅନୁସନ୍ଧାନ ବେଳେ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇଥିଲା । ପୋଲିସ ତୁରନ୍ତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖିଥିଲା ।

ସୂଚନା ଅନୁସାରେ ମୃତ ମହିଳା ଏବଂ ତାଙ୍କ ସ୍ୱାମୀ ସୁରେଶ କୁମାରଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହେଉଥିଲା । ସନ୍ଦେହ କରାଯାଉଛି ଯେ, ସୁରେଶ କୁମାର ୨-୩ ଦିନ ପୂର୍ବରୁ ତାଙ୍କ ପତ୍ନୀଙ୍କୁ ହତ୍ୟା କରି ଶବକୁ ଲୁହା ବାକ୍ସରେ ଲୁଚାଇ ରଖିଥିଲେ । ଏଭଳି ହତ୍ୟା ଘଟଣା ଯୋଗୁଁ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପ୍ରେମ ବିବାହ କରିଥିବା ଏହି ଦମ୍ପତିଙ୍କ ସଂପର୍କରେ ଅନେକ ଚର୍ଚ୍ଚା ଚାଲିଛି

Leave A Reply

Your email address will not be published.