oom

ଅମାନବିକତା : ମଦ ପାଇଁ ଟଙ୍କା ନ ଦେବାରୁ ବୃଦ୍ଧା ମା’ଙ୍କୁ ପେଚ୍‌କସ୍‌ ଭୁଷି ହତ୍ୟା କଲା ପୁଅ

jsmm

ନୂଆଦିଲ୍ଲୀ : ଦିଲ୍ଲୀର ଖଜୁରୀ ଖାସ୍ ଅଞ୍ଚଳରେ ରବିବାର ରାତିରେ ଜଣେ ୬୪ ବର୍ଷୀୟା ବୃଦ୍ଧା ମା’ଙ୍କୁ ଗୋଟେ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

ଉତ୍ତର ପୂର୍ବ ଦିଲ୍ଲୀ ପୋଲିସ ଡିସିପି ବେଦ ପ୍ରକାଶ ସୂର୍ୟ୍ୟ କହିଛନ୍ତି ଯେ, ୨୨ ବର୍ଷର ପୁଅ ଘରେ ଏକୁଟିଆ ଥିବାବେଳେ ତାଙ୍କ ମା’ଙ୍କୁ ପେଚ୍‌କସ୍‌ ଭୁଷି ହତ୍ୟା କରିଥିଲା। ଅଭିଯୁକ୍ତ ତାଙ୍କ ମା’ଙ୍କୁ ମଦ ପିଇବାକୁ ଟଙ୍କା ମାଗିଥିଲା, ଯେତେବେଳେ ମା’ ଟଙ୍କା ଦେବାକୁ ମନା କରିଦେଇଥିଲା, ସେତେବେଳେ ସେ ରାଗିଯାଇ ସ୍କ୍ରୁ ଡ୍ରାଇଭର ସାହାଯ୍ୟରେ ମା’ଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ବୃଦ୍ଧା ମା’ ମୃତ୍ୟୁବରଣ କରିଥିଲେ। ଅଭିଯୁକ୍ତ ଜଣକ ହେଉଛି ସୁଶୀଲ ପାଣ୍ଡେ ଏବଂ ସେଇ ହତଭାଗିନୀ ମା’ଙ୍କ ନାମ ରାମ ଲଲୀ ବୋଲି ଜଣାପଡିଛି ।

jittmm
Leave A Reply

Your email address will not be published.