oom

ଗରିବ ପାଣ୍ଡେ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଧରିଲା ପୋଲିସ : ୩ ଗିରଫ୍‌, ୧ ଅଟୋ ରିକ୍‌ସା ସହ ୨ ମୋଟର ସାଇକେଲ୍‌ ଓ ୪ ମୋବାଇଲ୍‌ ଫୋନ୍‌ ଜବତ୍‌

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଷୁରା ତେଲନଦୀରୁ ଉଦ୍ଧାର ହୋଇଥିବା ଗରିବ ପାଣ୍ଡେର ମୃତଦେହ ମିଳିବା ପରେ ସାଧାରଣରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ରହସ୍ୟରେ ରହି ଯାଇଥିଲା ଏହି ଘଟଣା । ଏବେ ଗରିବ ପାଣ୍ଡେ ହତ୍ୟାକାଣ୍ଡର ରହସ୍ୟ ଖୋଲିଛି ପୋଲିସ । ଏ ଘଟଣାରେ ବ୍ୟବହୃତ ୧ ଅଟୋ ରିକ୍‌ସା (ଓଡି ୦୩କେ ୪୩୫୨), ୨ ମୋଟର ସାଇକେଲ (ଓଡି ୦୩ସି ୩୮୮୩ ଏବଂ ଓଡି ୦୩କ୍ୟୁ ୬୮୯୨), ୪ ମୋବାଇଲ୍‌ ଫୋନ୍‌ ଏବଂ ଗରିବ ପାଣ୍ଡେର ତଣ୍ଟି ଚିପିବା ପାଇଁ ବ୍ୟବହାର କରାଯାଇଥିବା ଏକ ଧଳା ଧୋତି ପୋଲିସ ଜବତ୍‌ କରିଥିବା ବେଳେ ୩ ଜଣଙ୍କୁ ଗିରଫ୍‌ କରିଛି । ଏ ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଡିପିଓ ତୋଫାନ ବାଗ । ଏହି ହତ୍ୟାକାଣ୍ଡରେ ଗିରଫ୍‌ ହୋଇଥିବା ଅଭିଯୁକ୍ତମାନେ ହେଲେ ତେଲିଗୋଠପଡ଼ାର ଛୋଟୁ ଓରଫ୍‌ ଇଦୁଲ୍‌ ଖାନ୍‌(୧୯), ସାଲେପାଲିର ସିଦ୍ଧାନ୍ତ ସେଠ୍‌(୨୦) ଓ ସୁଦିନ ଯାନି(୨୫) । ଦିଆଯାଇଥିବା ସୂଚନା ଅନୁସାରେ ଗତ ୧୫ ତାରିଖ ଦିନ ତୁଷୁରା ତେଲନଦୀରୁ ଗରିବ ପାଣ୍ଡେର ମୃତଦେହ ଉଦ୍ଧାର ହେବା ପରେ ୟୁଡି କେସ୍‌ ନଂ.୧୬/୨୦୨୧ରେ ତୁଷୁରା ପୋଲିସ ଏକ କେସ୍‌ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ମୃତ ଗରିବର ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେବାପରେ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏହି ଘଟଣାର ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ଏକ ଟିମ୍‌ ଗଠନ କରାଯାଇଥିବା ବେଳେ ଏସ୍‌ଡିପିଓ ତୋଫାନ୍‌ ବାଗଙ୍କ ନେତୃତ୍ୱରେ ତୁଷୁରା ଆଇଆଇସି ଏସ୍‌.କେ. ପଧାନ, ଏସ୍‌ଆଇ ଏ.ପି.ଭୋଇ, ଦେଓଗାଁ ଥାନାର ଏସ୍‌ଆଇ ମନୋଜ ମୁଣ୍ଡା, ବଲାଙ୍ଗିର ଟାଉନ୍‌ ଥାନାର ଏସ୍‌ଆଇ ଅବିନାଶ ନାଏକ, ବିଜିତ ବେହେରା ଏବଂ ପୂର୍ଣ୍ଣିମା ଓରାମ ପ୍ରମୁଖଙ୍କୁ ଟିମ୍‌ରେ ସାମିଲ୍‌ କରାଯାଇଥିଲା । ତନାଘନା ତଦନ୍ତ ପରେ ଏହି ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ୨୪ ତାରିଖ ଦିନ ଗିରଫ୍‌ କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.