jayashree

ନିଜକୁ କର୍ମଚାରୀ ବୋଲି ପରିଚୟ ଦେଲେ ଓ ମୋବାଇଲ ଟାୱାର ଚୋରି କରି ଚଂପଟ ମାରିଲେ ଚୋର : ୩ ଗିରଫ

ଦିୱାସ୍ : ମଧ୍ୟପ୍ରଦେଶର ଦିୱାସରେ ଚୋରମାନେ ଏଥର କିଛି ଅଲଗା କରିଛନ୍ତି । ଇଣ୍ଡଷ୍ଟ୍ରିଆଲ୍ ପୋଲିସ୍ ଷ୍ଟେସନ ପରିସରରେ ଥିବା ଦୁର୍ଦ୍ଦାନ୍ତ ଚୋରମାନେ ମୋବାଇଲ୍ ନେଟୱାର୍କ କମ୍ପାନୀର ଟାୱାର ଚୋରି କରିଥିବା ସୂଚନାରେ କୁହାଯାଇଛି । ସେ୍ୱାନେ ଏକ ମୋବାଇଲ୍ କମ୍ପାନୀର କର୍ମଚାରୀ ପରିଚୟ ଦେଇ ଏହି ଘଟଣା ଘଟାଇଥିଲେ । ଜମି ମାଲିକଙ୍କୁ ଜଣେ କର୍ମଚାରୀ ଭାବରେ ପରିଚୟ ଦେଇ ସମଗ୍ର ଟାୱାର ଖୋଲାଥିଲେ ଜ୍ଝ ଏହି ଘଟଣା ସମସ୍ତଙ୍କୁ ଚକିତ କରି ଦେଇଥିଲା । ଯେତେବେଳେ ମୋବାଇଲ୍ କମ୍ପାନୀର ପ୍ରକୃତ କର୍ମଚାରୀମାନେ ସକାଳେ ପହଞ୍ଚିଲେ, ଟାୱାରଟି ଅଦୃଶ୍ୟ ହୋଇଯିବା ଦେଖି ସେମାନେ ଆଶ୍ଚର୍ୟ୍ୟ ହୋଇଗଲେ । ମୋବାଇଲ୍ ଟାୱାର ଚୋରି ମାମଲାରେ ପୋଲିସ ସୂଚନା ଦେଇଛି । ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ପୋଲିସ କହିଛି ଯେ, ଚୋରମାନଙ୍କୁ ଆଷ୍ଟାରୁ ଗିରଫ କରାଯାଇଥିବା ବେଳେ ମୋଟ ୩୫ ଲକ୍ଷ ଟଙ୍କାର ସାମାନ୍‌ ସେମାନକଠାରୁ ଜବତ କରାଯାଇଛି ।

ମୋବାଇଲ୍ ନେଟୱାର୍କ ଟାୱାର ଚୋରି ଘଟଣାକୁ ନେଇ ସହରରେ ଅନେକ ଆଲୋଚନା ଜୋର୍‌ ଧରିଥିଲା। ପ୍ରଥମ ଥର ପାଇଁ ଏଭଳି ମୋବାଇଲ୍ ନେଟୱାର୍କର ଟାୱାର ଚୋରି ମାମଲା ସମସ୍ତଙ୍କୁ ଚକିତ କରିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଦିୱାସ୍ ଜିଲ୍ଲାର ପୋଲିସ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଇଥିଲା । ଦିୱାସ୍ ଜିଲ୍ଲାର ଇଣ୍ଡଷ୍ଟ୍ରିଆଲ୍ ପୋଲିସ୍ ଷ୍ଟେସନ ଅଞ୍ଚଳରେ ଘଟିଥିବା ଏହି ଚୋରି ବିଷୟରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । କୁହାଯାଇଛି ଯେ, ଅଭିଯୁକ୍ତମାନେ କମ୍ପାନୀର କର୍ମଚାରୀ ସାଜି କ୍ଷୀପ୍ରା ସ୍ଥିତ ଏକ କଲୋନୀରେ ପହଞ୍ଚିଥିଲେ । ଚୋରମାନେ ସେଠାରେ ଚୋରି ଘଟଣା ଘଟାଇଥିଲେ, ଯେଉଁଠାରେ ସେ ପୁରା ଟାୱାର ଖୋଲିବା ସହିତ ଏଥିରେ ସ୍ଥାପିତ ଜେନେରେଟରକୁ ନେଇ ଯାଇଥିଲେ । ପରଦିନ କମ୍ପାନୀର କର୍ମଚାରୀମାନେ ପହଞ୍ଚିବା ପରେ ଦେଖିଲେ ମୋବାଇଲ୍ ଟାୱାର ନିଖୋଜ ହୋଇଯାଇଥିଲା । ଅଭିଯୋଗ ପାଇ ପୋଲିସ ସକ୍ରିୟ ଭାବେ ଟାୱାର ଚୋରମାନଙ୍କୁ ଖୋଜିବା ଆରମ୍ଭ କଲା । ଖୁବ୍ କମ୍ ସମୟ ମଧ୍ୟରେ ପୋଲିସ ସମସ୍ତ ଚୋରଙ୍କୁ ଧରିଥିଲା । ଚୋରମାନଙ୍କ ନିକଟରୁ ଉଦ୍ଧାର ହୋଇଥିବା ମୋବାଇଲ୍ ଟାୱାରର ସାମଗ୍ରୀର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ବୋଲି ପୋଲିସ ସୂଚନା ଦେଇଛି । ବର୍ତ୍ତମାନ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଏତଦ୍ ବ୍ୟତୀତ ଏହି ଚୋରିରେ ଅଧିକ ଲୋକ ସମ୍ପୃକ୍ତ ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.