୨୭ ଲକ୍ଷର ବ୍ରାଉନ ସୁଗାର ଜବତ ସହ ତିନିଜଣ ଯୁବକ ଗିରଫ

ଭଦ୍ରକ : ୨୭ ଲକ୍ଷର ବ୍ରାଉନ ସୁଗାର ଜବତ ସହ ତିନିଜଣ ଯୁବକ‌ଙ୍କୁ ଗିରଫ କରିଛି ଧୁଷୁରୀ ପୁଲିସ ବୋଲି ଖବର ମଳିଛି । ସୂଚନା ଯ୍ୟଗ୍ୟ ଯେ, ବହୁ ଦିନ ଧରି ଭଦ୍ରକ ଜିଲ୍ଲାରେ ବ୍ରାଉନସୁଗାର ବେପାରୀ ମାନେ ବ୍ରାଉନ ସୁଗାର ବେପାର ଚଳାଇ ଆସୁଥିଲେ, ଯାହାକି ପୁଲିସର ନଜରୁ ଆସିଥିଲା । ତେବେ ଧୁଷୁରୀ ପୁଲିସ କୌଣସି ସୂତ୍ରରୁ ଅସୁରାଳି ନିକଟରେ ଚଢାଉ କରି ୨୬୫ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ମାମଲାରେ ସଂପୃ‌କ୍ତ ତିନିଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ମାନେ ହେଲେ ମଣିଭଦ୍ର ସାହୁ, ନିରାକାର ଜେନା ଓ ତ୍ରିଲୋଚନ ଦାସ । ଧୁଷୁରୀ ପୁଲିସ ସେମାନଙ୍କ ନିକଟରୁ ୧୨ଟି ମୋବାଇଲ, ନଗଦ ୩୧ ହଜାର ୮୦୦ ଟଙ୍କା ଏବଂ ଗୋଟିଏ ସ୍କୁଟି ଜବତ କରିଛି । ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

Leave A Reply

Your email address will not be published.