୧୫୦ ଲିଟରରୁ ଅଧିକ ମଦ ଜବତ ସହ ମଦ ରାନ୍ଧୁଥିବା ଲୋକଙ୍କୁ ଗିରଫ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଲା‌ଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଦିନକୁ ଦିନ ଦେଶୀ ରନ୍ଧା ମଦ କାରବାର ବୃଦ୍ଧି ପାଉଥିବା ବେଳେ ବିଶ୍ୱନାଥପୁର ପୋଲିସ ଓ ଅବକାରୀ ବିଭାଗ ବ୍ଲକର ବିଭିନ୍ନ ସ୍ଥାନରେ ଚଡ଼ଉ କରି ମଦ ରନ୍ଧା ସାମଗ୍ରୀ ସହିତ ୧୫୦ ଲିଟରରୁ ଅଧିକ ମଦ ଜବତ କରି ମଦ ରାନ୍ଧୁଥିବା ଲୋକଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହି ବ୍ଲକ ଅନ୍ତର୍ଗତ ବଡ଼ ଜାମକେଜୁ, ସୀତାପୁର, ହରିହର ପୁର ଆଦି ମଦ ରାନ୍ଧିବା ସ୍ଥାନରେ ବହୁ ପରିମାଣରେ ମଦ ହାଣ୍ଡି ସହିତ ଅନ୍ୟ ସାମଗ୍ରୀ ମଧ୍ୟ ଭାଙ୍ଗି ନଷ୍ଟ କରିଥିବା ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.