ଡୁଙ୍ଗୁରିପାଲିରେ କନ୍ଧ ରୀତିନୀତିରେ ‘ଯୋଟ ଘାଟ’ ବିବାହ ସମ୍ପନ୍ନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିରେ କନ୍ଧ ସମ୍ପ୍ରଦାୟର ପତନାଭିମୁଖୀ ଉଚ୍ଚ ପରମ୍ପରା ସମ୍ପନ୍ନ ଯୋଟ ଘାଟ ବିବାହ କନ୍ଧ ସମାଜ ଯୁବ ସଂଗଠନ ବଲାଙ୍ଗିରଙ୍କ ତତ୍ତ୍ଵାବଧାନରେ ଧୁମଧାମରେ ସମ୍ପନ୍ନ ହୋଇଛି । ପ୍ରକାଶ ଯୋଗ୍ୟ ଯେ, ଏହି ବିବାହରେ ଡୁଙ୍ଗୁରିପାଲି ‌ସ୍ଥିତ ହରିହର ନଗରର ପ୍ରଶାନ୍ତ ମାଝୀଙ୍କ ସହିତ ଏସ୍‌ ରାମପୁର ବାଞ୍ଜିପାଲିର ଝରଣା ମାଝୀଙ୍କ ମଧ୍ୟରେ ସମ୍ପନ୍ନ ହୋଇଥିଲା । ନବ ବିବାହିତା ଦମ୍ପତି ତାଙ୍କ ଉଚ୍ଚ ବିଚାର ଦ୍ଵାରା ସମାଜର ପରମ୍ପରାକୁ ବଞ୍ଚାଇବା ପାଇଁ ପ୍ରୟାସ କରି ବୁଦ୍ଧିମତୀ ଓ ବୁଦ୍ଧିମାନର ପରିଚୟ ଦେଇଥିବା ଚାରିଆଡ଼େ ଚର୍ଚ୍ଚା ଚାଲିଛି ଏବଂ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.