centurian jitm

ବଂଚିଛି ମାନବିକତା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ପହାଂଚାଇଲେ ରେଡକ୍ରସ କର୍ମୀ

nschool

ବଲାଙ୍ଗିର,୧/୮ (ଦେବାଶିଷ ମିଶ୍ର) : କରୋନା ସମୟରେ ବାଲାଙ୍ଗିରବାସୀଙ୍କ ପାଇଁ ରେଡକ୍ରସ କର୍ମୀମାନେ ବରପୁତ୍ର ପାଲଟିଛନ୍ତି । କରୋନା ସଚେତାନତା, ରକ୍ତଦାନ, ଅସହାୟ ରୋଗୀଙ୍କୁ ଡାକ୍ତରଖାନା ପହଂଚାଇବା ହଉ କି ଅସହାୟ ଦରିଦ୍ରଙ୍କ ଖାଦ୍ୟପେୟ ବ୍ୟବସ୍ଥା କରିବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ ଏହି କରୋନା ସହିତ ମଣିଷର ଲଢେଇ ସମୟରେ ଲୋକଙ୍କ ମଧ୍ୟରେ ମାନବିକତାକୁ ବଂଚାଇ ରଖିଛନ୍ତିା
ଗତକାଲି ରାତିରେ ଏହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକ ପ୍ରାଇଭେଟ ବସଷ୍ଟାଣ୍ଡ ପାଖରେ ଦୁର୍ଘଟଣାର ଶିକାର ହୋଇ ମୁମୁର୍ଷୁ ଅବସ୍ଥାରେ ପଡି ରହିଥିଲେ । କରୋନା ମହାମାରୀର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସାରା ଜିଲ୍ଲାକୁ ସଟଡାଉନ ଘୋଷଣା କରିଥିଲା । ତେବେ ସଟ୍ଡାଉନ ଯୋଗୁଁ ରାସ୍ତା ଜନଶୁନ୍ୟ ଥିଲା । ଭାଗ୍ୟକୁ ସେହି ସମୟରେ ଏହି ରାସ୍ତା ଦେଇ ଡେଙ୍ଗ୍ ହାଇସ୍ୁଲର ଜୁନିୟର ରେଡକ୍ରସ କାଉନସେଲର ତଥା ଫାଷ୍ଟ ଏଡର ରାମ ନାରାୟଣ ଦାଶ ନିଜ ଘରକୁ ଫେରୁଥିଲେ । ରାସ୍ତାରେ ପଡିଥିବା ଯୁବକକୁ ଦେଖି, ଯୁବକ ପାଖକୁ ଯାଇ ପ୍ରଥମରେ ଜଣେ ଫାଷ୍ଟ ଏଡର ଭାବରେ କାର୍ଯ୍ୟ କଲେ । ତତ୍ପରେ ସହାୟତା ପାଇଁ ପିସିଆରକୁ ଫୋନ କରି, ପୋଲିସ ସହାୟତାରେ ବଲାଙ୍ଗିର ଭୀମଭୋଇ ହସ୍ପିଟାଲକୁ ନେଇ ଚିକିସôା ବ୍ୟବସ୍ଥା ଆରମ୍ଭ କରିବା ସହ ଆହତ ବ୍ୟକ୍ତିର ଆତ୍ମୀୟ ସ୍ୱଜନ ବ୍ୟକ୍ତିଙ୍କୁ ଖବର ପଠାଇଲେ । ଏତିକି ବେଳକୁ ଆହତ ପ୍ରଦୀପ ପଟେଲର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ଯାଇଥିବା ବେଳେ ତାଙ୍କୁ କଟକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଶେଷରେ ଉପସ୍ଥିତ ଡାକ୍ତର ଓ ଆହତ ବ୍ୟକ୍ତିଙ୍କ ଆତ୍ମୀୟ ସ୍ୱଜନମାନେ ରାମବାବୁଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ତାଙ୍କର ମହତ କାମ ପାଇଁ ଅଭିନ୍ଦନ ଜଣାଇଥିଲେ । ଅନେକ ଆହତଙ୍କ ସହୟତା ଅପେକ୍ଷାରେ ରାସ୍ତାରେ ଛଟପଟ ହୋଇ ଜୀବନ ଚାଲିଯାଉଥିବା ବେଳେ, ଏହି ଘଟଣାରେ ରାମ ବାବୁଙ୍କୁ ମହାନତା ଯୋଗୁଁ ଉକ୍ତ ଆହତ ଜଣକ ଡାକ୍ତରଖାନା ପହଂଚା ଯାଇ ପାରିଥିବା ବେଳେ ତାଙ୍କୁ ଅଧିକତର ଚିକତ୍ସା ପାଇଁ କଟକ ପଠାଇବା ସମ୍ଭବ ହୋଇପାରିଲା । ତେବେ ଏଭଳି ଘଟଣା ଦେଖିଲେ ମନେ ହୁଏ ଏବେ ବି ମାନବିକତା ବଂଚିଛି ଓ ଏହି ଘଟଣା ଆହୁରି ଅନେକେଙ୍କୁ ମାନବସେବା ପାଇଁ ପ୍ରେରଣା ଯୋଗାଇବ ନିଶ୍ଚୟ ।

Leave A Reply

Your email address will not be published.