
ବଲାଙ୍ଗିର,୧/୮ (ଦେବାଶିଷ ମିଶ୍ର) : କରୋନା ଚାରିମାସ ବିତିଗଲା ପରେ ମଧ୍ୟ ସହରରେ ବିଭିନ୍ନ ସ୍ଥାନରେ ସହାୟତା ଅପେକ୍ଷାରେ ପଡ଼ି ରହିଛନ୍ତି ଅସହାୟ । ବାରମ୍ବାର ସଟଡାଉନ ଏମାନଙ୍କର ଅସୁବିଧାକୁ ଦ୍ୱିଗୁଣିତ କରୁଛି । ସହରରେ ସ୍ଥାନୀୟ ସଂକ୍ରମଣକୁ ରୋକିବାକୁ ଯାଇ ଜିଲ୍ଲା ପ୍ରଶାସନ ଜୁଲାଇ ୩୧ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଚାରିଦିନ ପାଇଁ ସଟଡାଉନ ଘୋଷଣା କରିଥିବା ବେଳେ ଗରିବଙ୍କ କାମଧନ୍ଦା ଠପ୍ ହୋଇ ପଡିଛି । ଏଭଲି ସ୍ଥିତିରେ ଦି’ଗଣ୍ଡା ଖାଇବେ କିପରି ସେହି ଚିନ୍ତା ମାଡି ବସିଛି । ଏଭଳି କିଛି ପରିବାରଙ୍କୁ ଦେଖିବାକୁ ମିଳିଥିଲା ସ୍ଥାନୀୟ ଆରସିଏମଏସ୍ ଠାରେ । ଏଠାରେ ରହୁଥିବା କିଛି ଅସହାୟ ଲୋକମାନେ କିଛିଦିନ ହେଲା ଖାଇବା ପାଇଁ ପଇସା ନପାଇ ଭୋକ ଉପାସରେ ଦିନ କାଟୁଥିଲେ । କଲେଜ ପିଲାମାନେ ବୁଲାବୁଲି କରୁଛନ୍ତି । ଜଣେ ଆଉ ଜଣକୁ ଖବର ଦେବା ସହ ଅସହାୟଙ୍କ ପାଇଁ ଖାଇବା ସମଗ୍ରୀ ନେଇ ପହଂଚି ଯାଇଥିଲେ ଅସହାୟଙ୍କ ପାଖକୁ । ପ୍ରାୟ ୩୦ ଜଣ ପରିବାରଙ୍କୁ ଶୁଖୁଲା ଖାଦ୍ୟ ସାମଗ୍ରୀ ବଂଟନ କରିଥିଲେ । ପ୍ରବାସୀ ପରିବାରମାନେ ଖାଇବା ସମଗ୍ରୀ ପାଇ ବେଶ୍ ଉପକୃତ ହୋଇଥିଲେ । ସାମାଜିକ ଅନୁଷ୍ଠାନ “ଆୟୁଷ୍ମାନ” ବଲାଙ୍ଗିରର ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସତ୍ୟମ ସାହୁ, ସିଦ୍ଧାର୍ଥ ମହାପାତ୍ର, ପ୍ରତୀକ କୁମାର ସା, ଅନିକେତ ସତପଥି, ଅସ୍ମିତା ପଟ୍ଟନାୟକ, ଅଭିପସା ବିଶି, ସ୍ମୃତି ଅଗ୍ରୱାଲ, ହୃଷିକେଶ ସିଂଦେଓ, ପ୍ରିୟମ ବୁଡେକ, ହିମାସୁଂ ହାତି, ଶଶାଙ୍କ ଧରୁଆ ସକ୍ରିୟ ଅଂଶଗ୍ରହଣ କରି ଅସହାୟମାନଙ୍କୁ ସାମଗ୍ରୀ ବଂଟନ କରିଥିଲେ । ଅସହାୟ ପରିବାରମାନେ ସାମଗ୍ରୀ ପାଇ ବହୁ ଆନନ୍ଦିତ ହୋଇ ଛାତ୍ରଛାତ୍ରୀମାନଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ । ଏବେ ଏହି ଛାତ୍ରଛାତ୍ରୀମାନଙ୍କ ମାହାନ କାମକୁ ସହରରେ ଅନେକେ ପ୍ରଶଂସା କରୁଛନ୍ତି । (ଟେଷ୍ଟ)