ବେଲପଦର ଅଷ୍ଟମ ସ୍ଵାମୀ ବିବେକାନନ୍ଦ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ଆୟୋଜକ ବେଲପଦର ଦଳ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବେଲପଦର ଗ୍ରାମ ଖେଳ ପଡିଆଠାରେ ବେଲପଦର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଅଷ୍ଟମ ସ୍ୱାମୀ ବିବେକାନନ୍ଦ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଘୋଡ଼ାର ଦଳକୁ ପରାସ୍ତ କରି ଆୟୋଜକ
Read More...

ରାଉରକେଲା ଆଇନ ମହାବିଦ୍ୟାଳୟର ତ୍ରିଦିବସୀୟ କ୍ରୀଡା ମହୋତ୍ସବ
ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ୍ ମହାବିଦ୍ୟାଳୟର ତ୍ରିଦିବସୀୟ କ୍ରୀଡା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡକ୍ଟର ବିଭୁରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ଉପାଧ୍ୟକ୍ଷ ଡକ୍ଟର ସମ୍ପାଦିକା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦ୍‌ଯାପନୀ ଉତ୍ସବରେ
Read More...

ପଦ୍ମପୁର ଟାଉନ କ୍ଲବର ୪୮ତମ ପ୍ରତିଷ୍ଠା ଦିବସ ପାଇଁ ଆସନ୍ତା ୧୭ରେ ସ୍ୱାସ୍ଥ୍ୟ ସେବା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଲବର ୪୮ତମ ପ୍ରତିଷ୍ଠା ଦିବସ ପାଇଁ ଟାଉନ କ୍ଲବ ଓ କ୍ରିଷ୍ଣା ବିକାଶ ହସ୍ପିଟାଲ ଆନୁକୂଲ୍ୟରେ ଟାଉନ କ୍ଲବ ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରିବା ପାଇଁ ଆଜି ଟାଉନ କ୍ଲବ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଇଯାଇଥିଲା
Read More...

ପାଇକମାଲରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ବଇଦପାଲି ହନୁମାନ ମନ୍ଦିର ପ୍ରାଙ୍ଗଣରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ହିନ୍ଦୁ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସକାଳ ୯ ଘଟିକାରେ ଶିବ ମନ୍ଦିର ଝରଣାରୁ ୧୦୮ ପୂର୍ଣ୍ଣ କସଳ ବିରାଟ
Read More...

ଅବିନାଶ ହେଲେ କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ସଭାପତି

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ସଭାପତି ଭାବରେ ପଶ୍ଚିମ ଓଡ଼ିଶାର ଜଣେ ଚର୍ଚ୍ଚିତ ଛାତ୍ର ନେତା ତଥା ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁରଙ୍କୁ
Read More...

୯ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଜେଲ୍‌ ପଠାଇଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାବାସ ବଲାଙ୍ଗିର ପୋଲିସ । ନଅ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରି ପଠାଇଲା ଜେଲ୍‌ । ସାଧାଣ ଲୋକଙ୍କ ପାଇଁ ପାଲଟିଥିଲେ ମୁଣ୍ଡବିନ୍ଧା । ଲୁଟ, ଡକାୟତି, ଚୋରି ସବୁ ପ୍ରକାରର ଅପରାଧ କରୁଥିଲେ । ଶେଷରେ ବଲାଙ୍ଗିର ପୋଲିସ ହାତରେ ଧରାପଡ଼ିଲେ । ଆଉ ଏବେ ଜେଲ୍‌ ଗଲେ ।
Read More...

ଚିନ୍ମୟ ପବ୍ଲିକ ସ୍କୁଲର ୨୪ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସାରନଗରୀ ସ୍ଥିତ ଚିନ୍ମୟ ପବ୍ଲିକ ସ୍କୁଲର ୨୪ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ନିର୍ଦ୍ଦେଶକ ତ୍ରିନାଥ ଦାଶ ମୋହନୀଙ୍କ ଅଧ୍ୟକ୍ଷତା, ସମ୍ପାଦିକା ପ୍ରତିଭା ଦାଶ ମୋହନୀଙ୍କ ଆବାହକତ୍ୱ ଓ ଶିକ୍ଷୟିତ୍ରୀ ପୁନମ ଶର୍ମାଙ୍କ
Read More...

ଶ୍ରମିକ ବିରୋଧୀ ଶ୍ରମ କୋର୍ଡ଼ ବାତିଲ, ମନରେଗା ବଞ୍ଚାଅ ଓ ଅନ୍ୟାନ୍ୟ ଦାବି ନେଇ ଦେଶ ବ୍ୟାପି ସାଧାରଣ ଧର୍ମଘଟ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଭିନ୍ନ ଟ୍ରେଡ ୟୁନିୟନ ସମେତ କଂଗ୍ରେସ ସମର୍ଥନରେ ଆଜି ଦେଶ ବ୍ୟାପି ଧର୍ମଘଟର ଡାକରା ଦିଆଯାଇଛି । ସିଆଇଟିୟୁ, ଆଇଏନଟିୟୁସି, ଏଚ୍ଏମ୍ଏସ୍ଆଇୟୁସି, ଏଆଇସିସିଟିୟୁ, ଏଆଇୟୁଟିୟୁସି, ଜିଏମ୍ଏମ୍, ସିଇଏଆର, ଇଣ୍ଡିପେଣ୍ଡେଣ୍ଟ ନ୍ୟାସନାଲ ଫେଡେରେସନ ସହ ସଂଯୁକ୍ତ
Read More...

ଗନ୍ଧମାର୍ଦ୍ଦନ ହେବ ନକ୍ସଲ ମୁକ୍ତ

ବରଗଡ, (ମୁନ୍ନା ସାହୁ) : ବରଗଡ ଜିଲ୍ଲାର ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡ଼ ହେବ ନକ୍ସଲ ମୁକ୍ତ । ଏବେ ଓଡ଼ିଶା ପୋଲିସର ଟାର୍ଗେଟରେ ଗନ୍ଧମାର୍ଦ୍ଧନ ପାହାଡରେ ଲୁଚି ରହିଥିବା ମାଓବାଦୀ । ହିଂସା ଛାଡି ଆତ୍ମ ସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରେସ୍‌ମିଟ ମାଧ୍ୟମରେ
Read More...

ଶ୍ରୀ ଶ୍ରୀ କାଶୀ ବିଶ୍ଵନାଥ ଓ ମା’ ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବଡ଼ବଜାର ସ୍ଥିତ ବୃନ୍ଦାବନ ବିହାରୀ ମନ୍ଦିର ପରିସରରେ ଶ୍ରୀ ଶ୍ରୀ କାଶୀ ବିଶ୍ଵନାଥ ଓ ମା' ଲକ୍ଷ୍ମୀଙ୍କ ନୂତନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ବୈଦିକ ବିଧି ତଥା ରୀତିନୀତିରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସୋମବାର
Read More...