ଧଁ ଧଁ, ସଁ ସଁ ହେଇ ବବାର୍ ନିକେ ପୁହୁଁଚିଲା ଦୁଖାଲୁ । ରଘୁ ବବା ଦୁଖାଲୁ କେ ଦେଖିକରି ବଏଲେ- କାଏଁ ହେଲା ପୁତା, ବଡ଼ା କଲ୍ବଲ୍ ଦିଶୁଛୁ? ଆଘୋ ଥାବେ ଟିକେ ବସ୍, ପାଏନ୍ ଢୁକେ ପି’ । ତାର୍ ଉତ୍ରୁ କଥା ହେମା ।
ଦୁଖାଲୁ ଲଥୋ କରି ଖଟେ ବସ୍ଲା । ବବାର୍ ଲାଗି ରଖା ହେଇଥିବାର୍ ପାଏନ୍ ବୁତଲ୍ ନୁଁ ଢକୋ ଢକୋ ଅଧା ବୁତଲ୍ ପାଏନ୍ ପି’ ଦେଲା । ଟିକେ ଥାକ୍ଲା ଉତ୍ରୁ ବଏଲା- ଆଏଜ୍ ଜୀବନ୍ ଯାଇଥିତା ବବା… କପାଲେ ଥିଲା ବଲି ବାଁଚିଗଲିଁ । ଆମର୍ ଗାଁ ମୁର୍ସାର୍ ପାନ୍ ଗୁଡ଼ା ଥି ଠାଡ଼୍ ହେଇଥିଲିଁ । ଗଅଁତିଆ ବଖରିର୍ ପାଁଚ୍ ସାତ୍ଟା ଭେଁଡ଼ିଆ ପାନ୍ ଖାଇ ଆଏଲେ । ଗଅଁତିଆର୍ ବଡ଼୍ଖା ପିଲା ସରପଁଚ୍ ଥି ଠାଡ଼୍ ହେଇଛେ ଯେ ମତେ ତାହାକେ ଭୋଟ୍ ଦେବାର୍କେ ସେମାନେ କହଲେ । ତମେ ତ’ ଜାନିଛ ବବା, ମୁଇଁ କପଟ୍ ଜାନେ ନେଇଁ କି କାହାକେ କପଟ୍ କରେଁ ନେଇଁ । ସିଧା ସିଧା କହିଦେଲିଁ, ହେଟା ଗୁଟେ ମୁନୁଷ୍ ଯେ ହେତାକେ ଭୋଟ୍ ଦେଇ ହେବା କାଏଁ ବଲିଁ । ତାର୍ ନାଁ ଥି କୋର୍ଟ ଥି ଦଶ୍ ବାରଟା ମାଡ଼୍ଧର୍ କେଶ୍ ଏଭେ ବି ଚାଲିଛେ । ସେ ଫେର୍ ସରପଁଚ୍ ହେବା… । ଏତ୍କି ଶୁନିଦେଲା ଉତ୍ରୁ ସଭେ ତ’ ରୁଥି ଆଏଲେ ମୋର୍ ଉପର୍କେ । କିଏ ଲାତ୍… କିଏ ବିଧା… ଛନେ ତକ୍ କୁର୍କୁଟି କରିଦେଲେ । ତର୍ସର୍ ଇ’ଟା ତମର୍ ଘର୍ କେ ସମି ଆଏଲିଁ ଯେ ସଭେ ପଲେଇଗଲେ । ବାଁଚି ଗଁଲି ବବା । ଇ’ କଲି କାଲ୍ ବଡ଼ା ଲବାର୍ ।
ଦୁଖାଲୁର୍ ପିଠି ହାତ ଦେଇକରି ରଘୁ ବବା ବଏଲେ- କପଟ୍ ନେଇଁ ରଖ୍ବାର୍ଟା ବନେ କଥା ଆଏ ଯେ’ ପୁତା…, ହେଲେ ଠାନ୍ ଅଠାନ୍, ବେଲା ଘଡ଼ି ଦେଖିକରି ଚଲ୍ବାକେ ପଡ଼୍ସି । ଆଝିର୍ ସମିଆଁ ବଡ଼ା ଅଲାଏକ୍ । ଏ ବା’… ଟିକେ ଦେଖିକରି… । ।
- ଆନଂଦ ଚଂଦ୍ର ସାହୁ