ଆଖୁ ପରେ ମକା ଚାଷରୁ ମୁହଁ ମୋଡ଼ିବାକୁ ଲାଗିଲେଣି ଚାଷୀ : ନିମ୍ନମାନର ମଞ୍ଜି ଓ ଔଷଧ ଅଭାବରୁ ରୋଜଗାର ହରାଇବେ ମକା ଚାଷୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ନିକଟସ୍ଥ ସାଗରପାଲିରେ ଥିବା ବିଜୟାନନ୍ଦ ସମବାୟ ଚିନିକଳ ବନ୍ଦ ହେବା ପରେ ଆଖୁ ଚାଷୀମାନେ ଦୀର୍ଘ ୧୫ ବର୍ଷରୁ ଅଧିକ ହେଲା ନିଜର ରୋଜଗାର ହରାଇଥିଲେ । ଦେଓଗାଁ ବ୍ଳକର ପୂର୍ବାଞ୍ଚଳରେ ଥିବା ପ୍ରାୟ ୧୩ଟି ପଞ୍ଚାୟତରୁ ୭ଟି ପଞ୍ଚାୟତର ଚାଷୀ ବିଭିନ୍ନ ପନିପରିବା ଚାଷ ସହ ମକା ଚାଷ କରି କେବଳ ନିଜର ଗୁରୁରାଣ ମେଣ୍ଟାଇ ପାରଛନ୍ତି ତାହା ନୁହେଁ ନିଜର ଉତ୍ପାଦିତ ମକା କେବଳ ବଲାଙ୍ଗିର ଜିଳ୍ଲା ନୁହେଁ ଜିଲ୍ଲା ବାହାରରକୁ ମଧ୍ୟ ରତ୍ପାନି କରି ବେଶ ଅଧିକ ଦୁଇ ପଇସା ରୋଜଗାର କରିବାରେ ସଫଳ ହୋଇଛନ୍ତି । ହେଲେ କିଛି ବର୍ଷ ହେଲା ନିମ୍ନମାନର ମଞ୍ଜି ଓ ଆବଶ୍ୟକୀୟ ଔଷଧ ସହ କୃଷି ବିଭାଗ ପକ୍ଷରୁ ଉଚିତ ପରାମର୍ଶ ଅଭାବ ଯୋଗୁଁ ସଫଳତା କମିବାରେ ଲାଗିଛି । ବଲାଙ୍ଗିର ତୁଷୁରା ରାସ୍ତା ଭାୟା ଆଟଗାଁ, ଉପରଝର, ମହଲାଇ ରାସ୍ତାର ନୁଆପାଲି ଛକ କଡ଼ରେ ବସି ମକା ବିକ୍ରୟ କରୁଥିବା ନୂଆଁପାଲି ଗାଁର ଚାଷୀ ଗୌତ୍ତମ ପସାୟତଙ୍କ କହିବା ଅନୁସାରେ ସେ ଦୀର୍ଘ ୧୫/୧୭ ବର୍ଷ ହେଲା ମକା ଚାଷ କରି ଆସୁଛନ୍ତି । କିଛି ବର୍ଷ ହେଲା ପୂର୍ବ ପରି ଲାଭ ପାଉନାହାନ୍ତି କାରଣ, ଦେଓଗାଁ ବ୍ଳକରୁ ଆସୁଥିବା ସହାୟତା ଆଉ ଆସୁନାହିଁ । ବ୍ଲକ ଓ ଜିଲ୍ଲା ବାହାରରୁ ନିମ୍ନମାନର ମଞ୍ଜିକୁ ଅଧିକ ଦରରେ କିଣିବାକୁ ପଡ଼ୁଛି । ଗଛ ଆରମ୍ଭରେ ରୋଗ ପୋକ ଲାଗିଲେ ଆଗ ପରି ବ୍ଳକରେ ଥିବା କୃଷି ପରାମର୍ଶ କେନ୍ଦ୍ରରୁ ଉଚିତ ପରାମର୍ଶ ମିଳୁ ନାହିଁ । ଚାଷକୁ ଠିକ ସମୟରେ ରୋଗ ପୋକ ଦାଉରୁ ରକ୍ଷା ନ କରି ପାରିଲେ ଠିକ ଭାବେ ଉତ୍ପାଦନ ହେବ ନାହିଁ ବୋଲି ମକା ଚାଷୀ କହିଛନ୍ତି । ଉପରଝର ପଞ୍ଚାୟତ ନୁଆପାଲି ଗାଁର କେବଳ ଗୌତ୍ତମ ନୁହନ୍ତି ଗାଁର ନେତ୍ରନନ୍ଦ ପଧାନ, ଅର୍ଜୁନ ପସାୟତ, ସାରଥୀ ନାଏକ, ଲମ୍ବୋଦର ପଧାନ, ଯୋଗିନ୍ଦ୍ର ପଧାନ, ବନମାଳୀ ପଧାନ ପରି ଅନେକ ଚାଷୀ ମକା ଚାଷ କରି ଗୁଜୁରାଣ ମେଣ୍ଟାଉ ଥିଲେ ମଧ୍ୟ ଏମାନଙ୍କ ମଧ୍ୟ ସମାନ ଅବସ୍ଥା ।

ଚାଷୀ ଗୌତ୍ତମଙ୍କ କହିବା ଅନୁସାରେ ୧ ଏକର ମକା ଚାଷ କରିବାକୁ ହେଲେ ୫କେଜି ମଞ୍ଜି ଯାହା ମୂଲ୍ୟ କେଜି ପ୍ରତି ୨୫୦ଟଙ୍କା ହିସାବରେ ୧୨୫୦ଟଙ୍କା । ସାର ଓ ଔଷଧ ୫ରୁ ୬ହଜାର ଟଙ୍କା ତାହା ସହ ପରିଶ୍ରମ । ସବୁକୁ ମିଶାଇଲେ ପ୍ରାୟ ଏକର ପ୍ରତି ୧୫ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଠିକ ଭାବେ ମକା ହେଲେ ୩୫ରୁ ୪୦ ହଜାର ଟଙ୍କା ବିକ୍ରୟ କରାଯାଇଥାଏ । ଅନ୍ୟପକ୍ଷରେ ନିଜେ ଗାଁ ଗାଁ ବୁଲି ବିକ୍ରୟ କଲେ ଅଧିକ ଦୁଇ ପଇସା ମିଳିଥାଏ ବୋଲି କହିଛନ୍ତି । ସରକାର ଦେଓଗାଁ କୃଷି ପରାମର୍ଶ କେନ୍ଦ୍ରରୁ ଚାଷୀକୁ ଉପଯୁକ୍ତ ସହଯୋଗ କଲେ, ପ୍ରମାଣିକ ମଞ୍ଜି ଯୋଗାଇ ଦେଲେ ଆଖୁ ଚାଷରୁ ଦୂରେଇ ଯାଇଥିବା ଚାଷୀ ପୂର୍ବ ପରି ନିଶ୍ଚିତ ଲାଭ ବାନ ହେବେ ବୋଲି ମତପ୍ରକାଶ ପାଇଛି ।

Leave A Reply

Your email address will not be published.