ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ବାସିନ୍ଦା ତଥା ଗଞ୍ଜାମର ଅନ୍ୟତମ ସଂଗୀତ ଗୁରୁ ନାରାୟଣ ନାହାକଙ୍କ ଧର୍ମପତ୍ନୀ ସ୍ୱର୍ଗତ ନମିତା ନାହାକଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସରେ ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ ସଭା ଲକ୍ଷ୍ମୀପୁର ଗ୍ରାମରେ ସଂଗୀତ ଗୁରୁ ତଥା କରାପଲ୍ଲୀ ହାଇସ୍କୁଲ ଶିକ୍ଷକ ଧୀରେନ୍ଦ୍ର ନାଥ ସଭାପତିଙ୍କ ସଂଯୋଜନାରେ ଆୟୋଜିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭାରେ ନାରାୟଣ ନାହାକଙ୍କ ଗୁରୁ ତଥା ନିଖିଳ ଉତ୍କଳ ଶିକ୍ଷକ ମହାସଙ୍ଘର ଅଧ୍ୟକ୍ଷ କାମରାଜୁ ମହାରଣା ମୁଖ୍ୟ ଅତିଥି ରୂପେ ଯୋଗ ଦେଇୂସ୍ୱର୍ଗତ ନମିତାଙ୍କ ସ୍ୱାମୀଙ୍କ ପ୍ରତି ଭକ୍ତି ଓ ସହାଭାଗୀତା ଉପରେ ସ୍ମୃତି ଚାରଣ କରିଥିଲେ । ସାମ୍ବାଦିକ କ୍ଷେତ୍ରବାସୀ ସାହୁ ମଧ୍ୟ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସ୍ୱର୍ଗତ ନମିତାଙ୍କ ସ୍ମୃତିରେ ଗଞ୍ଜାମର ବିଭିନ୍ନ କଣ୍ଠଶିଳ୍ପୀଙ୍କ ସହଯୋଗରେ ଏକ ଭଜନ ସମାରୋହ ଆୟୋଜନ କରାଯାଇଥିଲା । ଏଥିରେ ନାରାୟଣଙ୍କ ଅନେକ ଶିଷ୍ୟଶିଷ୍ୟା, ସହଯୋଗୀ ଛତ୍ରପୁର, ଗୋପାଳପୁର, ପୁରୁଷୋତ୍ତମପୁର, ବ୍ରହ୍ମପୁର ଠାରୁ ଆସି ଅଂଶ ଗ୍ରହଣ କରି ଭଜନ ପରିବେଷଣ କରିଥିଲେ । ଗୁରୁ ନୀଳାଞ୍ଚଳ ବେହେରା, ରଶ୍ମିରଂଜନ ସାହୁ, ମାଧବ ସାହୁ, ଜଗନ୍ନାଥ, ବାବୁଲା, ମୁନା, ବିଶ୍ୱଜିତ, ପ୍ରଫୁଲ୍ଲ, ପରମେଶ୍ୱର ପ୍ରମୁଖ ଭଜନ ପରିବେଷଣରେ ସହଯୋଗ କରିଥିଲେ ।
Next Post